Categories: ବାଣିଜ୍ୟ

ଦିଗପହଣ୍ଡିରେ ଟ୍ରେଣ୍ଡ୍‌ସର ଏକ୍ସକ୍ଲୁସିଭ ଷ୍ଟୋର

ଭୁବନେଶ୍ୱର,୮।୧୧: ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍‌ ଟ୍ରେଣ୍ଡ୍‌ସର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ଗଞ୍ଜାମ ଜିଲାର ଦିଗପହଣ୍ଡି ସହରରେ ଶୁଭାରମ୍ଭ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ ୫୨୦୦ ବର୍ଗଫୁଟ ପରିମିତ ସ୍ଥାନରେ ନବନିର୍ମିତ ଏହି ଷ୍ଟୋରରେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡ୍‌ସ ୱିୟର ଏବଂ ଫ୍ୟାଶନ ଆସେସୋରିଜ ଅତି ସ୍ବତନ୍ତ୍ର ମୂଲ୍ୟରେ ଏବଂ ଚମତ୍କାର କିଣାକିଣିର ଅନୁଭୂତି ସହିତ ପାଇପାରିବେ। ଏପରିକି ଷ୍ଟୋର୍‌ର ସ୍ବତନ୍ତ୍ର ଉଦଘାଟନୀ ଅଫର ସହ ଆକର୍ଷଣୀୟ ଫ୍ୟାଶନ ଓ ଲୋଭନୀୟ ମୂଲ୍ୟର ବ୍ୟାପକ ସମ୍ଭାର ମଧ୍ୟ ରହିଛି। ଯେପରିକି ୩୯୯୯ ଟଙ୍କାର କିଣାକିଣି କରନ୍ତୁ ଏବଂ ମାତ୍ର ୧୯୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ। କେବଳ ସେତିକି ନୁହେଁ, ୨୯୯୯ ଟଙ୍କାର କିଣାକିଣି ଉପରେ ଗ୍ରାହକମାନେ ୧୫୦୦ ଟଙ୍କା ମୂଲ୍ୟର କୁପନ୍‌ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ। ବିଶେଷ କରି ଦିଗପହଣ୍ଡି ସହରରେ ଏହି ଅତ୍ୟାଧୁନିକ ଷ୍ଟୋରର ମଡର୍ନ ଲୁକ୍‌ ଏବଂ ପରିବେଶ ସହ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାଶନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ସେହିଭଳି ଦିଗପହଣ୍ଡି ସହର ତଥା ଏହା ନିକଟବର୍ତ୍ତୀ ଅଞ୍ଚଳର ଗ୍ରାହକମାନେ ଏହାର ଫାଇଦା ଉଠାଇପାରିବେ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି। ସେହିପରି ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାଶନ କ୍ଷେତ୍ରକୁ ଲୋକାଭିମୁଖୀ କରି ଫ୍ୟାଶନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତରେ ଗ୍ରାହକଙ୍କ ସମ୍ପର୍କ ସୁଦୃଢ ସହ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଞଛି ।

Share