ଭୁବନେଶ୍ୱର,୧।୯: ଗଞ୍ଜାମ ଜିଲାର ଭଞ୍ଜନଗର ସହରରେ ରିଲାଏନ୍ସ ରିଟେଲ୍ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍ସର ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ ହୋଇଯାଇଛି। ଏହା ଜରିଆରେ କମ୍ପାନୀ ଗ୍ରାହକଙ୍କ ସମ୍ପର୍କ ସୁଦୃଢ଼ ସହ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭକରି ଟିୟର-୧,ଟିୟର-୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଞ୍ଚତ୍ବା ସହ ଭାରତର ପସନ୍ଦଯୋଗ୍ୟ ଫ୍ୟାଶନ ଶପିଙ୍ଗ୍ ଡେଷ୍ଟିନେଶନ ପାଲଟିଛି। ବିଶେଷକରି ୫୨୭୧ ବର୍ଗଫୁଟ ପରିମିତ ଜମିରେ ଗଢ଼ି ଉଠିଥିବା ଏହି ଅତ୍ୟାଧୁନିକ ଷ୍ଟୋର ହେଉଛି ଭଞ୍ଜନଗର ସହରର ପ୍ରଥମ ଟ୍ରେଣ୍ଡ୍ସ ଷ୍ଟୋର, ଯେଉଁଥିରେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଫ୍ୟାଶନ ଓ ଲୋଭନୀୟ ମୂଲ୍ୟ ସହ ସ୍ବତନ୍ତ୍ର ପ୍ରାରମ୍ଭିକ ଅଫର ରହିଛି। ୩୪୯୯ ଟଙ୍କାର କିଣାକିଣି କରି ୧୯୯ଟଙ୍କାର ଏକ ଆକର୍ଷଣୀୟ ଉପହାର ପାଆନ୍ତୁ। କେବଳ ସେତିକି ନୁହେଁ, ଗ୍ରାହକମାନେ ୨୯୯୯ ଟଙ୍କାର କିଣାକିଣି ସହିତ ୧୫୦୦ ଟଙ୍କା ମୂଲ୍ୟର କୁପନ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ।