Categories: ବାଣିଜ୍ୟ

ଚାନ୍ଦବାଲି ସହରରେ ‘ଟ୍ରେଣ୍ଡ୍‌ସ’ର ଏକ୍ସକ୍ଲୁସିଭ ଷ୍ଟୋର

ଭୁବନେଶ୍ୱର,୧୧।୮: ରିଲାଏନ୍ସ ରିଟେଲର ପୋଷାକ ଏବଂ ଆସେସୋରିଜ ସ୍ପେଶାଲିଟି ଚେନ୍‌ ଟ୍ରେଣ୍ଡ୍‌ସର ଏକକ୍ଲୁସିଭ ଷ୍ଟୋର ଭଦ୍ରକ ଜିଲା ଅନ୍ତର୍ଗତ ଚାନ୍ଦବାଲି ସହରରେ ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ଚାନ୍ଦବାଲି ସହରରେ ଟ୍ରେଣ୍ଡ୍‌ସର ଏହା ପ୍ରଥମ ଷ୍ଟୋର ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ସେହିଭଳି ୫୫୦୦ ବର୍ଗଫୁଟ ପରିମିତ ଏହି ଆକର୍ଷଣୀୟ ଷ୍ଟୋର ଆଧୁନିକତାର ସ୍ପର୍ଶ ସହ ଗ୍ରାହକଙ୍କ ପାଇଁ ମନଲୋଭା ପରିବେଶ ବି ରହିଛି।

ଚାନ୍ଦବାଲି ସହରରେ ଟ୍ରେଣ୍ଡ୍‌ସର ଏହା ପ୍ରଥମ ଷ୍ଟୋର ହୋଇଥିବାର ଶ୍ରେଷ୍ଠ ଫ୍ୟାଶନ ଓ ସୁଲଭ ମୂଲ୍ୟ ସହ ପ୍ରାରମ୍ଭିକ ଅଫର ଭାବେ ଗ୍ରାହକମାନଙ୍କ ପାଇଁ ଅନେକ ଆକର୍ଷଣୀୟ ଅଫର ରହିଛି। କେତେକ ନିର୍ଦ୍ଦିଷ୍ଟ ସାମଗ୍ରୀ ବର୍ଗରେ ୩୪୯୯ ଟଙ୍କାର ସାମଗ୍ରୀ କିଣିଲେ ଆଉ ୩୪୯୯ ଟଙ୍କା ମୂଲ୍ୟର ସାମଗ୍ରୀ ମାଗଣା ପାଇପାରିବେ। କେବଳ ସେତିକି ନୁହେଁ, ୨୯୯୯ ଟଙ୍କାର କ୍ରୟ ଉପରେ ୩୦୦୦ଟଙ୍କା ମୂଲ୍ୟର ରିହାତି କୁପନ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ।

Share