Categories: ବାଣିଜ୍ୟ

ରେମୁଣା,ସୋର ବଜାରରେ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର

ଭୁବନେଶ୍ୱର,୫।୪: ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍‌ ଟ୍ରେଣ୍ଡ୍‌ସର ଆଉ ୨ଟି ଏକ୍ସକ୍ଲୁସିଭ ଷ୍ଟୋର ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷକରି ବାଲେଶ୍ୱର ଜିଲାର ରେମୁଣା ଏବଂ ସୋର ବଜାରରେ ଉକ୍ତ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ସ୍ଥାନୀୟ ଗ୍ରାହକମାନଙ୍କ ଲାଗି ଉଚ୍ଚମାନର ଆକର୍ଷଣୀୟ ଫ୍ୟାଶନ ମର୍ଚ୍ଚାଣ୍ଡାଇଜର ବ୍ୟାପକ ସମ୍ଭାର ଓ ସୁଲଭ ମୂଲ୍ୟ ଉଭୟ ଷ୍ଟୋରକୁ ଅଧିକ ଆକର୍ଷଣୀୟକରି ତୋଳିଛି। ସେହିଭଳି ସ୍ଥାନୀୟ ଅଞ୍ଚଳର ଗ୍ରାହକ ବର୍ତ୍ତମାନ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡ୍‌ସ ୱିୟର ଏବଂ ଫ୍ୟାଶନ ଆସେସୋରିଜର ବ୍ୟାପକ ସମ୍ଭାର ଉକ୍ତ ଷ୍ଟୋର ଦ୍ୱୟରେ ପାଇପାରିବେ।

ରେମୁଣାରେ ୮୯୯୮ ବର୍ଗଫୁଟ ଓ ସୋରରେ ୫୧୦୦ ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ଖୋଲିଥିବା ଷ୍ଟୋର ଉଭୟ ରେମୁଣା ଓ ସୋର ବଜାରର ଗ୍ରାହକଙ୍କ ସମେତ ଜିଲା ଓ ନିକଟବର୍ତ୍ତୀ ଅଞ୍ଚଳର ଗ୍ରାହକଙ୍କୁ ମଧ୍ୟ ସେମାନଙ୍କର ଚାହିଦା ଓ ଆବଶ୍ୟକତା ପୂରଣ କରିପାରିବ। ଉଭୟ ବଜାରରେ ଏହା ପ୍ରଥମ ଟ୍ରେଣ୍ଡ୍‌ସ ଷ୍ଟୋର ହୋଇଥିବାବେଳେ ଉଭୟ ଷ୍ଟୋରରେ ଗ୍ରାହକମାନଙ୍କ ପାଇଁ ସ୍ବତନ୍ତ୍ର ଉଦ୍‌ଘାଟନୀ ଅଫର ସହିତ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି। ଏପରିକି ୩୯୯୯ ଟଙ୍କାର କ୍ରୟ ଉପରେ ଗ୍ରାହକଙ୍କୁ ମାତ୍ର ୨୪୯ ଟଙ୍କାର ଏକ ଆକର୍ଷଣୀୟ ଉପହାର ଦିଆଯାଉଛି। ସେହିଭଳି ୩୯୯୯ ଟଙ୍କାର କିଣାକିଣି ଉପରେ ଗ୍ରାହକମାନେ ୨୦୦୦ ଟଙ୍କା ମୂଲ୍ୟର କୁପନ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ।

Share