ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ ହିନା ଖାନ ତାଙ୍କ ବୃତ୍ତିଗତ ଜୀବନରେ ବହୁତ ସଫଳତା ହାସଲ କରିଛନ୍ତି। ହିନା ନିଜର ବ୍ୟକ୍ତିଗତ ଜୀବନ ଏବଂ ବୃତ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଆକ୍ଟିଭ୍ ସେ।
ଟେଲିଭିଜନ ଧାରାବାହିକ ‘ୟେ ରିସ୍ତା କ୍ୟା କେହଲତା ହେଁ’ରେ କାମ କରି ଘରେ ଘରେ ପରିଚିତ ହୋଇଥିଲେ ହିନା। ଶୋ’ ଛାଡ଼ିବା ପରେ ଅନେକ ଆଲବମ୍ ଏବଂ ଓ୍ବେବ୍ ସିରିଜରେ ନଜର ଆସୁଛନ୍ତି ସେ।
ବ୍ୟକ୍ତିଗତ ଜୀବନ ଦେଖିଲେ ହିନା ରକି ଜୌସଓ୍ବାଲଙ୍କ ସହିତ ଦୀର୍ଘଦିନ ଧରି ପ୍ରେମରେ ରହିଥିବା ସମସ୍ତେ ଜାଣନ୍ତି। ରକି ମଧ୍ୟ ପ୍ରାୟତଃ ହିନାଙ୍କ ପରିବାର ସହିତ ସମୟ ବିତାଉଥିବାର ଦେଖାଯାଏ। ଏବେ କିନ୍ତୁ ହିନା ଏଭଳି ଏକ ପୋଷ୍ଟ ଶେୟାର କରିଛନ୍ତି ଯାହାକୁ ନେଇ ପ୍ରଶଂସକ ଦ୍ୱନ୍ଦ୍ୱରେ। ଉକ୍ତ ପୋଷ୍ଟରେ ରକିଙ୍କ ସହ ତାଙ୍କ ସମ୍ପର୍କ ଠିକ୍ ଚାଲି ନ ଥିବା କୁହାଯାଉଛି। ହିନା ଏବେ ଭାଙ୍ଗି ପଡିଥିବା ନେଟିଜେନ୍ସ ଅନୁମାନ କରୁଛନ୍ତି। ସେ ଶେୟାର କରିଥିବା ଫଟୋରେ ‘ଟାଇମ୍ ଟୁ ବ୍ରେକପ୍’ ଲେଖା ରହିଛି। ଏଭଳି ପୋଷ୍ଟ ପରେ ତାଙ୍କ ଫ୍ୟାନ୍ସ ତାଙ୍କୁ ଅନେକ ପ୍ରଶ୍ନ ପଚାରୁଛନ୍ତି।