Categories: ବାଣିଜ୍ୟ

ରାଜସୁନାଖଳାରେ ଟ୍ରେଣ୍ଡ୍‌ସ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୪।୧୧: ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍‌ ‘ଟ୍ରେଣ୍ଡ୍‌ସ’ର ଆଉ ଏକ ଷ୍ଟୋର ଓଡ଼ିଶା ବଜାରରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ନିକଟରେ ନୟାଗଡ଼ ଜିଲା ରାଜସୁନାଖଳାଠାରେ ‘ଟ୍ରେଣ୍ଡ୍‌ସ’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ (ଷ୍ଟୋର) ର ଶୁଭାରମ୍ଭ କରାଯାଇଛି। ୬୪୦୦ ବର୍ଗଫୁଟ ପରିମିତି ସ୍ଥାନରେ ଗଢ଼ି ଉଠିଥିବା ଏହି ଷ୍ଟୋର୍‌ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ସ୍ବତନ୍ତ୍ର ଉଦ୍‌ଘାଟନୀ ଅଫର ସହ ଆକର୍ଷଣୀୟ ଅଫର ରହିଛି।

୩୯୯୯ଟଙ୍କାର କିଣାକିଣି କରି ୨୪୯ ଟଙ୍କାର ଏକ ଆକର୍ଷଣୀୟ ଉପହାର ପାଆନ୍ତୁ। କେବଳ ସେତିକି ନୁହେଁ, ୩୯୯୯ଟଙ୍କାର କିଣାକିଣି ଉପରେ ଗ୍ରାହକମାନେ ୨୦୦୦ଟଙ୍କା ମୂଲ୍ୟର କୁପନ୍‌ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ। ସେହିଭଳି ଏହି ଷ୍ଟୋରର ମଡର୍ନ ଲୁକ୍‌ ଏବଂ ପରିବେଶ ସହ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାଶନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି।

ରାଜସୁନାଖଳା ତଥା ଏହାର ନିକଟବର୍ତ୍ତୀ ଅଞ୍ଚଳର ଗ୍ରାହକମାନେ ବର୍ତ୍ତମାନ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡସ ୱିୟର ଏବଂ ଫ୍ୟାସନ ଆସେସୋରିଜ ଅତି ସ୍ବତନ୍ତ୍ର ମୂଲ୍ୟ ସହ ଚମତ୍କାର କିଣାକିଣିର ଅନୁଭୂତି ପାଇପାରିବେ। ଉଲ୍ଲେଖଯୋଗ୍ୟ, ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାଶନ କ୍ଷେତ୍ରକୁ ଲୋକାଭିମୁଖୀ କରି ଫ୍ୟାଶନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ଼ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର-୧, ଟିୟର-୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଞ୍ଚିଛି ଓ ଭାରତର ପସନ୍ଦଯୋଗ୍ୟ ଫ୍ୟାଶନ ଶପିଂ ଡେଷ୍ଟିନେଶନ ହୋଇଛି।

Share