ଟ୍ରେଣ୍ଡି ଲେଦର୍‌ ଜ୍ୟାକେଟ୍‌

ଶୀତରେ ଜ୍ୟାକେଟ୍‌ ପିନ୍ଧିବାର ସଉକ ଅନେକଙ୍କର ଥାଏ। ତେବେ ଜ୍ୟାକେଟ୍‌ ଭିତରେ ଲେଦର ଜ୍ୟାକେଟ୍‌ର କଥା ହିଁ ନିଆରା। ଏହା ଇନ୍‌ଷ୍ଟାଣ୍ଟ ଗ୍ଲାମର ଲୁକ୍‌ ଦେଇଥାଏ। ପାର୍ଟି ହେଉ ଅବା ଆଉଟିଂ ସବୁ କ୍ଷେତ୍ରରେ ପିନ୍ଧି ହେଉଥିବା ଏହି ଜ୍ୟାକେଟ୍‌ର ବିଭିନ୍ନ ପ୍ରକାର ଡିଜାଇନ୍‌ ରହିଛି, ଯାହା ଦେଖିବାକୁ ଖୁବ୍‌ ଟ୍ରେଣ୍ଡି ଲାଗିଥାଏ…

* ଷ୍ଟଡେଡ୍‌ ଅବ୍‌ଷ୍ଟ୍ରାକ୍ଟ ଲେଦର ଜ୍ୟାକେଟ୍‌: ଏହି ଜ୍ୟାକେଟ୍‌ର ବିଭିନ୍ନ ସ୍ଥାନରେ ଖୁବ୍‌ ସୁନ୍ଦର ସୁନ୍ଦର ଷ୍ଟଡ୍‌ ଖଚିତ ହୋଇଥାଏ। ଏହାକୁ ପିନ୍ଧିଲେ ଡିଫରେଣ୍ଟ ଲୁକ୍‌ ମିଳେ। ଅନ୍ୟ ରଙ୍ଗ ତୁଳନାରେ କଳାରଙ୍ଗର ଜ୍ୟାକେଟ୍‌ ଷ୍ଟାଇଲିଶ୍‌ ଲାଗିଥାଏ। ଆଉଟିଂ ହେଉ ଅବା ପାର୍ଟି ସବୁ କ୍ଷେତ୍ରରେ ଏହାକୁ ପିନ୍ଧି ହୁଏ।
* ଫ୍ରିଙ୍ଗଡ୍‌ ଲେଦର ଜ୍ୟାକେଟ୍‌: ଲୁକ୍‌କୁ ଆହୁରି ଗ୍ଲାମରସ୍‌ ଦେଖାଇବାକୁ ଚାହୁଁଥିବା ଯୁବତୀଙ୍କ ପାଇଁ ଏହି ଜ୍ୟାକେଟ୍‌ ପର୍‌ଫେକ୍ଟ। ଖାସ୍‌ କରି ଯେଉଁ ଜ୍ୟାକେଟ୍‌ର ହାତ ତଥା ପକେଟ୍‌ କିମ୍ବା ତଳଭାଗରେ ମେଞ୍ଚାଏ ସୂତା ଗୁଚ୍ଛ ପରି ଓହଳିକି ରହିଥାଏ, ତାହାକୁ ପିନ୍ଧିଲେ ହଟ୍‌ ଲୁକ୍‌ ମିଳେ। ଆପଣ ଚାହିଁଲେ ଯେଉଁ ଜ୍ୟାକେଟ୍‌ର କେବଳ ହେମ୍‌ଲାଇନ୍‌ରେ ଲଙ୍ଗ୍‌ ଫ୍ରିଙ୍ଗ୍‌ କାମ ହୋଇଥାଏ ତାକୁ ବି କ୍ୟାରି କରିପାରିବେ।
* ପ୍ରିଣ୍ଟେଡ୍‌ ଲେଦର ଜ୍ୟାକେଟ୍‌: ଟ୍ରେଣ୍ଡି ଲୁକ୍‌ ପାଇଁ ପ୍ଲେନ୍‌ ଜ୍ୟାକେଟ୍‌ ପରିବର୍ତ୍ତେ ଆପଣ ଚାହିଁଲେ ଅଲ୍‌ ଓଭର ପ୍ରିଣ୍ଟେଡ୍‌ କାମ ହୋଇଥିବା ଲେଦର ଜ୍ୟାକେଟ୍‌ ବି ଟ୍ରାଏ କରିପାରିବେ। ଖୁବ୍‌ ସୁନ୍ଦର ସୁନ୍ଦର ଡିଜାଇନ୍‌ର ଏହି ଜ୍ୟାକେଟ୍‌ ଏବେ ମାର୍କେଟରେ ମିଳୁଛି, ଯାହାର ବେଶ୍‌ ଡିମାଣ୍ଡ ରହିଛି।
* ସ୍ଲୋଗାନ ଲେଦର ଜ୍ୟାକେଟ୍‌: ସ୍ଲୋଗାନ ଟି-ଶାର୍ଟ ଏବଂ ଜିନ୍ସ ପରେ ସ୍ଲୋଗାନ ଲେଦର ଜ୍ୟାକେଟ୍‌ର ଏବେ ଖୁବ୍‌ ଚାହିଦା ରହିଛି। ସ୍ମାର୍ଟ କିମ୍ବା ଫନି ସ୍ଲୋଗାନ ଥିବା ଏହି ଜ୍ୟାକେଟ୍‌ ଟିକେ ଡିଫରେଣ୍ଟ ଲୁକ୍‌ ଦେଇଥାଏ। ଯୁବପିଢିଙ୍କ ପ୍ରିୟ ଏହି ଜ୍ୟାକେଟ୍‌ ସବୁ ରଙ୍ଗରେ ଲପଲବ୍ଧ।
* ଗୋଲ୍ଡେନ୍‌ ଏମ୍ବେଲିଶ୍ଡ ଲେଦର ଜ୍ୟାକେଟ୍‌: ପାର୍ଟିକୁ ଯିବାର ଥିଲେ ଡ୍ରେସ୍‌ ଉପରେ ଏହି ଟାଇପ୍‌ର ଜ୍ୟାକେଟ୍‌ ପିନ୍ଧନ୍ତୁ, ଆପଣ ଷ୍ଟାଇଲିଶ୍‌ ଲାଗିବେ। କାରଣ ଏହି ଜ୍ୟାକେଟ୍‌ ଉପରେ କାମ ହୋଇଥିବା ଗୋଲ୍ଡେନ୍‌ ରଙ୍ଗର ଖୁବ୍‌ ସୁନ୍ଦର ଷ୍ଟଡ୍‌ ଭିଡ଼ ଭିତରେ ବି ବେଶ୍‌ ଆକର୍ଷଣୀୟ ଲାଗିଥାଏ।
* ଏମ୍ବ୍ରୋଏଡରି ଲେଦର ଜ୍ୟାକେଟ୍‌: ଏବେ ଏମ୍ବ୍ରୋଏଡରି ଲେଦର ଜ୍ୟାକେଟ୍‌ର ବେଶ୍‌ ଟ୍ରେଣ୍ଡ ଚାଲିଛି। ଫ୍ଲୋରାଲ ଷ୍ଟାଇଲ୍‌ ହେଉ ଅବା ଅନ୍ୟ ଯେକୌଣସି ଆକର୍ଷଣୀୟ ଡିଜାଇନ୍‌ର ଏମ୍ବ୍ରୋଏଡରି କାମ ହୋଇଥିବା ଏହି ଜ୍ୟାକେଟ୍‌ ନୂଆ ଲୁକ୍‌ ଦେଇଥାଏ ଯୁବତୀଙ୍କୁ। ଖାସ୍‌ କରି ବେକ ହେଉ ଅବା ସାମ୍ନାପଟ ଅଥବା ହାତ ପାଖରେ ଏମ୍ବ୍ରୋଏଡରି କାମ ହୋଇଥିବା ଏହି ଜ୍ୟାକେଟ୍‌ ଖୁବ୍‌ ସୁନ୍ଦର ଦେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ଦମୂଳ ଖାଉଥିଲେ…

ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଥିଲେ…

କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍‌ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ...

ଏମିତି ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ: ରାତାରାତି ବିଗିଡ଼ିଯିବ …

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି...

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri