ଅଫିସ୍‌ ୟୁନିଫର୍ମରେ ଲାଗିବେ ଟ୍ରେଣ୍ଡି

ଅଫିସିଆଲ୍‌ ଗେଟଅପ୍‌ ନାଁ ଶୁଣିବା ମାତ୍ରେ ଏକ ଫର୍ମାଲ୍‌ ଆଉଟ୍‌ଫିଟ୍‌ ନଚେତ୍‌ ଅଫିସ୍‌ ୟୁନିଫର୍ମର ଚିତ୍ର ଆଖିକୁ ଆସିଥାଏ। ଆଉ ସବୁବେଳେ ଏହି ଏକା ପ୍ରକାର ଆଉଟ୍‌ଫିଟ୍‌ ପିନ୍ଧି ବୋର୍‌ ଲାଗିଥାଏ। ତେଣୁ ଅଫିସ୍‌ ଆଉଟ୍‌ଫିଟ୍‌ରେ ବି କେମିତି ଟ୍ରେଣ୍ଡି ଲୁକ୍‌ ପାଇ ପାରିବେ ଜାଣି ରଖନ୍ତୁ ଟିପ୍ସ…

– ଲୁକ୍‌ ଚେଞ୍ଜ କରିବାରେ ହେୟାର ଷ୍ଟାଇଲ୍‌ ବେଶ୍‌ କାମରେ ଆସିଥାଏ। ତେଣୁ ଆପଣ ଚାହିଁଲେ ବିଭିନ୍ନ ପ୍ରକାର ହେୟାର ଷ୍ଟାଇଲ୍‌ କରି ଅଫିସ୍‌ ଡ୍ରେସ୍‌ରେ ବି ସୁନ୍ଦର ଏବଂ ଆକର୍ଷଣୀୟ ଲାଗିପାରିବେ।
– କେବଳ ଏତିକି ନୁହେଁ ଆପଣଙ୍କ ଫେସ୍‌କୁ ସୁଟ୍‌ କରିବା ଭଳି ଅଳ୍ପ ମେକ୍‌ଅପ୍‌ ନେଲେ ବି ଆକର୍ଷଣୀୟ ଲୁକ୍‌ ମିଳିପାରିବ।
– ଯଦି ଆପଣଙ୍କ ଅଫିସ୍‌ରେ ଆସେସରିଜ୍‌ ପିନ୍ଧିବାକୁ ନେଇ କୌଣସି କଟକଣା ନାହିଁ ତେବେ ବିଭିନ୍ନ ପ୍ରକାରର ଆସେସରିଜ୍‌ ବ୍ୟବହାର କରି ଟ୍ରେଣ୍ଡି ଲୁକ୍‌ ପାଇପାରିବେ।
– ଯଦି ଆପଣଙ୍କ ଅଫିସ୍‌ରେ ୟୁନିଫର୍ମ ଥାଏ ଏବଂ ଏଥିପାଇଁ ଆପଣ ଅନ୍ୟ କୌଣସି କଲର ବା ଭେରାଇଟିର ଡ୍ରେସ୍‌ ପିନ୍ଧିବାରୁ ବଞ୍ଚତ୍ତ ହେଉଥାନ୍ତି, ତେବେ ଏକ ଡିଜଇନର ତଥା ଷ୍ଟାଇଲିସ୍‌ ବ୍ୟାଗ୍‌ କ୍ୟାରି କରନ୍ତୁ। ଏହା ମଧ୍ୟ ଆପଣଙ୍କୁ ଫ୍ୟାଶନେବଲ୍‌ ଲାଗିବାରେ ସାହାଯ୍ୟ କରିବ।
– ଯଦି ଅଫିସ୍‌ ଗେଟ୍‌ଅପ୍‌ରେ ଫର୍ମାଲ୍‌ ଜୋତା ବାଧ୍ୟତାମୂଳକ ହୋଇ ନ ଥାଏ ତେବେ ବିଭିନ୍ନ କଲରର ଷ୍ଟାଇଲିସ୍‌ ଫୁଟ୍‌ଓ୍ବେର ବାଛନ୍ତୁ। ଏହା ଲୁକ୍‌ ଚେଞ୍ଜ୍‌ କରିବା ଲାଗି ଏକ ଭଲ ଉପାୟ।
– ସେହିପରି ବିଭିନ୍ନ ଡିଜାଇନ୍‌ର ରିଷ୍ଟ ଓ୍ବାଚ୍‌ ବି ଆପଣଙ୍କୁ ଟ୍ରେଣ୍ଡି ଲାଗିବାରେ ସାହାଯ୍ୟ କରିବ।