ଟ୍ରାଇ କଲର୍‌ ଲୁକ୍‌

ସ୍ବାଧୀନତା ଦିବସ ଅବସରରେ ଟିକେ ଡିଫରେଣ୍ଟ ଦେଖାଯିବା ପାଇଁ ଟ୍ରାଇ କଲର୍‌ ଲୁକ୍‌ ପରଫେକ୍ଟ ହୋଇଥାଏ। କିଛିଟା ସହଜ ଉପାୟକୁ ଆପଣେଇ ଏହି ଲୁକ୍‌ ଆରାମରେ ପାଇହୁଏ। ଯେମିତିକି…

ଟ୍ରାଇ କଲର୍‌ ଆଉଟ୍‌ଫିଟ୍‌: ସ୍ବାଧୀନତା ଦିବସ ଅବସରରେ ଯୁବତୀମାନେ ଚାହିଁଲେ ଟ୍ରାଇ୍‌ କଲର୍‌ ଥିମ୍‌ବାଲା ଶାଢି ହେଉ ଅବା ସାଲଓ୍ବାର୍‌ କିମ୍ବା ଲେହେଙ୍ଗା ପିନ୍ଧି ଅତି ସହଜରେ ଟ୍ରାଇ କଲର୍‌ ଲୁକ୍‌ ପାଇପାରିବେ। ଏଥିପାଇଁ ଧଳା ରଙ୍ଗର ଶାଢି ସହ ସବୁଜ କିମ୍ବା ନାରଙ୍ଗୀ ରଙ୍ଗର ବ୍ଲାଉଜ୍‌କୁ ମ୍ୟାଚିଂ କରି ପିନ୍ଧିପାରିବେ। ନଚେତ୍‌ ଧଳା ରଙ୍ଗର ସାଲଓ୍ବାର୍‌ ପିନ୍ଧି ତା’ଉପରେ ଟ୍ରାଇ କଲର୍‌ ଥିମ୍‌ ବାଲା ଦୁପଟ୍ଟା ବି ପକାଇ ପାରିବେ। କିଛି ନହେଲେ ଧଳା ରଙ୍ଗର ସାଲଓ୍ବାର ଉପରେ କେବଳ ସବୁଜ କିମ୍ବା ନାରଙ୍ଗୀ ରଙ୍ଗର ଦୁପଟ୍ଟା ବା ଚୁନି ପକାଇ ମଧ୍ୟ ଆଟ୍ରାକ୍ଟିଭ୍‌ ଦେଶୀ ଲୁକ୍‌ ପାଇପାରିବେ। ସେହିପରି ଘେର ବାଲା ଧଳା ରଙ୍ଗର ଲଙ୍ଗ୍‌ ସ୍କର୍ଟ ଉପରେ ହାଫ୍‌ ସବୁଜ ରଙ୍ଗର ବ୍ଲାଉଜ୍‌ ଆଉ ତା’ସାଙ୍ଗକୁ ଲମ୍ବା ନାରଙ୍ଗୀ ରଙ୍ଗର ଚୁନି ପକାଇ ଆକର୍ଷଣୀୟ ଟ୍ରାଇ କଲର୍‌ ଲେହେଙ୍ଗା ଲୁକ୍‌ ବି ପାଇପାରିବେ।
ଟ୍ରାଇ କଲର୍‌ ଆସେସରିଜ୍‌: ଏହିଦିନ ଶାଢି ହେଉ ଅବା ସାଲଓ୍ବାର ଶୁଟ୍‌ କିମ୍ବା ଲେହେଙ୍ଗା ଯୁବତୀମାନେ ଯାହାବି ପିନ୍ଧନ୍ତୁ, ତା’ସହିତ ଯଦି ଟ୍ରାଇ କଲର୍‌ ଥିମ୍‌ ବାଲା ଫ୍ୟାଶନ ଆସେସରିଜ୍‌ ଯେମିତିକି : ଟ୍ରାଇ କଲର୍‌ ଇୟର୍‌ ରିଂ, ଟ୍ରାଇ କଲର୍‌ ଚୁଡ଼ି, କିମ୍ବା ଟ୍ରାଇ କଲର୍‌ର ବିନ୍ଦି ହେଉ ଅବା ଟ୍ରାଇ କଲର୍‌ର ହେୟାର୍‌ ବ୍ୟାଣ୍ଡ ପିନ୍ଧନ୍ତି ତା’ହେଲେ ବି ଲୁକ୍‌ ଆହୁରି ଆକର୍ଷଣୀୟ ଲାଗିଥାଏ।

ଟ୍ରାଇ କଲର୍‌ ନେଲ୍‌ଆର୍ଟ: ଯୁବତୀମାନେ ଚାହିଁଲେ ନେଲ୍‌ଆର୍ଟରେ ବି ଅତି ସହଜରେ ଟ୍ରାଇ କଲର୍‌ ଲୁକ୍‌ ପାଇପାରିବେ। ଏଥିପାଇଁ ସେମାନେ ନାରଙ୍ଗୀ, ଧଳା ଓ ସବୁଜ ରଙ୍ଗର ନେଲ୍‌ପଲିସ୍‌ ଆଣି ସେମାନଙ୍କ ନଖରେ ଷ୍ଟ୍ରାଇପ୍‌ ହେଉ କିମ୍ବା ଭର୍ଟିକାଲ୍‌ ଅଥବା ହୋରାଇଜଣ୍ଟାଲ୍‌, ଫ୍ଲୋରାଲ୍‌, ଡଟେଡ୍‌, ନେଚର୍‌ ଥିମ୍‌ବାଲା ଟ୍ରାଇ କଲର୍‌ ନେଲ୍‌ ଆର୍ଟ କରି ଆକର୍ଷଣୀୟ ଲୁକ୍‌ ପାଇପାରିବେ।
ମେକ୍‌ଅପ୍‌ରେ ବି ଦେଶୀ ଲୁକ୍‌: କୁହାଯାଏ, ମେକ୍‌ଅପ୍‌ରେ ବି ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ତେବେ ସ୍ବାଧୀନତା ଦିବସ ଅବସରରେ ଦେଶୀ ଲୁକ୍‌ ପାଇବାକୁ ତଥା ଫ୍ୟାଶନେବଲ୍‌ ଦେଖାଯିବାକୁ ଯୁବତୀମାନେ ଚାହିଁଲେ ଜାତୀୟ ପତାକାର ରଙ୍ଗକୁ ମ୍ୟାଚ୍‌ କଲା ଭଳି ଆଖିରେ ଟ୍ରାଇ କଲର୍‌ର ଆଇଶ୍ୟାଡୋ ଲଗାଇପାରିବେ। ଆବଶ୍ୟକ ପଡିଲେ ଗାଲରେ ଆଟିଫିସିଆଲ୍‌ ଟ୍ରାଇକଲର୍‌ ଟାଟୁ ବି ଲଗାଇ ଭିନ୍ନ ଲୁକ୍‌ ପାଇପାରିବେ। କିନ୍ତୁ ଧ୍ୟାନ ଦେବେ ଯେଉଁମାନଙ୍କର ସ୍କିନ୍‌ ଇନ୍‌ଫେକ୍‌ସନ୍‌ ସମସ୍ୟା ରହୁଥିବ ସେମାନେ ଏହି ଟାଟୁରୁ ନିବୃତ ରହିବେ।