Categories: ଜାତୀୟ

ଟ୍ରାଇ-ସର୍ଭିସ୍‌ ତଦନ୍ତ ନିର୍ଦ୍ଦେଶ ଜାରି…

ନୂଆଦିଲ୍ଲୀ,୯।୧୨: ତାମିଲନାଡୁର କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ଲାଗି ଟ୍ରାଇ-ସର୍ଭିସ୍‌ ତଦନ୍ତ ନିର୍ଦ୍ଦେଶ ଜାରି ହୋଇଛି। ଏନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଲୋକ ସଭାରେ ସୂଚନା ଦେଇଛନ୍ତି। ଏନେଇ ରାଜନାଥ ସିଂ ୪ ମିନିଟ୍‌ ଧରି ସୂଚନା ଦେଇଛନ୍ତି। ଦୁର୍ଘଟଣାସ୍ଥଳରେ ଏୟାର ମାର୍ଶଲ ମାନବେନ୍ଦ୍ର ସିଂଙ୍କ ନେତୃତ୍ୱରେ ଏକ ତଦନ୍ତକାରୀ ଦଳ ପହଞ୍ଚି ଯାଞ୍ଚ୍‌ ଆରମ୍ଭ କରିଥିବା ରାଜନାଥ ସିଂ କହିଛନ୍ତି। ମାନବେନ୍ଦ୍ରଙ୍କ ତଦାରଖରେ ଟ୍ରାଇ-ସର୍ଭିସ୍‌ ତଦନ୍ତ କରାଯାଉଛି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।

ହେଲିକପ୍ଟରର ବ୍ଲାକ୍‌ ବକ୍ସ୍‌ ଏବଂ ଫ୍ଳାଇଟ୍‌ ଡାଟା ରେକର୍ଡର ମିଳିଛି। ଏହା ଆଧାରରେ ଦୁର୍ଘଟଣାର ତଦନ୍ତ କରାଯିବ ବୋଲି ରାଜନାଥ କହିଛନ୍ତି।

Share