ଆସନ୍ତା ବର୍ଷ ମେ’ ୨୦ରୁ ଡୋନାଲ୍ଡ ଟ୍ରମ୍ଫଙ୍କ ବିରୋଧରେ ଚାଲିବ ମୋକଦ୍ଦମା

ଓ୍ବାଶିଂଟନ,୨୨।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ସମସ୍ୟା ଏବେ ବଢିବାକୁ ଯାଉଛି। ଗୁପ୍ତ ଦସ୍ତାବିଜ ରଖିଥିବା ମାମଲାରେ ଟ୍ରମ୍ଫଙ୍କ ବିରୋଧରେ ଆଗାମୀ ବର୍ଷ ମେ’ରେ ମୋକଦ୍ଦମା ଆରମ୍ଭ ହେବ। କୋର୍ଟ ୨୦ ମେ’ ୨୦୨୪କୁ ଶୁଣାଣି ପାଇଁ ତାରିଖ ସ୍ଥିର କରିଛନ୍ତି। ଟ୍ରମ୍ଫଙ୍କ ଉପରେ ଅଭିଯୋଗ ରହିଛି କି ସେ ବହୁ ପରିମାଣରେ ଗୋପନୀୟ ଦସ୍ତାବିଜ ଅବୈଧ ଭାବେ ନିଜ ନିକଟରେ ରଖିଛନ୍ତି। ଜଷ୍ଟିଶ ଏଲିନ ଏମ କ୍ୟାନନ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ ମିଆମି ସହରର ଉତ୍ତରରେ ଅଢେଇ ଘଣ୍ଟା ଉତ୍ତରରେ ଥିବା ଫୋର୍ଟ ପିୟର୍ସ ସହରରେ ଏହି ଶୁଣାଣି ହେବ। ଜଷ୍ଟିଶ କ୍ୟାନନ ଚଳିତ ବର୍ଷ ଏବଂ ପରବର୍ତ୍ତୀ ଶୁଣାଣିର ଏକ କ୍ୟାଲେଣ୍ଡର ପ୍ରକାଶ କରିଛନ୍ତି। ଏଥିରେ ଟ୍ରମ୍ପଙ୍କ ମାମଲା ଉପରେ ଧ୍ୟାନ ଦିଆଯାଇଥିଲା।

ଆମେରିକା ଗଣମାଧ୍ୟମର ସୂଚନା ଅନୁଯାୟୀ, ଜଣେ ଫେଡେରାଲ ଜଜ ବର୍ଗୀକୃତ ଡକ୍ୟୁମେଣ୍ଟ ମାମଲାର ତଦାରଖ କରୁଛନ୍ତି। ଶୁକ୍ରବାର ଶୁଣାଣି ପାଇଁ ତାରିଖ ଘୋଷଣା କରାଯାଇଛି। ବିଚାରପତି ୨୦ମେ’ ୨୦୨୪ କୁ ଶୁଣାଣି ତାରିଖ ଭାବରେ ସ୍ଥିର କରିଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଅଭିଯୋଗ ରହିଛି କି ସେ ବେଆଇନ ଭାବେ ବହୁ ଦସ୍ତାବିଜ ନିଜ ପାଖରେ ରଖିଛନ୍ତି। ଜଜ ଏଲିନ ଏମ କାନନ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ ମିଆମି ସହରର ଉତ୍ତରରେ ଅଢେେଇ ଘଣ୍ଟା ଉତ୍ତରରେ ଥିବା ଫୋର୍ଟ ପିୟର୍ସ ସହରରେ ଏହି ଶୁଣାଣି ହେବ। ଜଜ କାନନ ଚଳିତ ବର୍ଷ ଏବଂ ପରବର୍ତ୍ତୀ ଶୁଣାଣିର ଏକ କ୍ୟାଲେଣ୍ଡର ପ୍ରକାଶ କରିଛନ୍ତି। ଏଥିରେ ଟ୍ରମ୍ପଙ୍କ ମାମଲା ଉପରେ ଧ୍ୟାନ ଦିଆଯାଇଥିଲା।

Share