୨ରୁ ୮ବର୍ଷର ପିଲାଙ୍କ ଉପରେ କୋଭାକ୍ସିନ ଟ୍ରାଏଲ ଆରମ୍ଭ

ପାଟନା,୨୮।୫: ବିହାର ସମେତ ପୁରା ଦେଶରେ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ପ୍ରତିଦିନ ହଜାର ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା କଥା ନ କହିଲେ ଭଲ। କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତଦେହର ଅନ୍ତିମ ସଂସ୍କାର ପାଇଁ ଶଶ୍ମାନରେ ଲମ୍ବା ଲାଇନ୍‌ ଲଗାଇବାକୁ ପଡ଼ୁଛି। କରୋନା ଲଢ଼େଇରେ ସବୁଠାରୁ ବଡ଼ ଅସ୍ତ୍ର କୁହାଯାଉଥିବା ଟିକାକରଣକୁ ସରକାର ତ୍ୱରାନ୍ବିତ କରିଛନ୍ତି। ଏଥିପାଇଁ ମେ’ରୁ ୧୮ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକା ଅଭିଯାନ ଆରମ୍ଭ କରାଯାଇଛି। ଇତିମଧ୍ୟରେ ବିହାରରୁ ଏକ ଖୁସି ଖବର ଶୁଣିବାକୁ ମିଳିଛି। ଶୁକ୍ରବାର ପାଟନା ସ୍ଥିତ ଏମ୍ସରେ ଛୋଟ ପିଲାଙ୍କ ଉପରେ କରୋନା ଭାକ୍ସିନ ଟ୍ରାଏଲ କରାଯାଇଛି। ସୂଚନା ମୁତାବକ ଏମ୍ସରେ ୨ରୁ ୧୮ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଉପରେ କୋଭାକ୍ସିନ ଟ୍ରାଏଲ୍‌ କରାଯାଇଛି। ବିହାରରେ ପ୍ରଥମ ପର୍ଯ୍ୟାୟରେ ୮୦ଜଣ ପିଲାଙ୍କ ଉପରେ ଭାକ୍ସିନ ପରୀକ୍ଷା କରାଯିବ। ତେବେ ତୃତୀୟ ପର୍ଯ୍ୟାୟରେ ୫୫୦ପିଲାଙ୍କର ଟାର୍ଗେଟ ରଖାଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ଟ୍ରାଏଲ୍‌ ପାଇଁ ଆସୁଥିବା ସମସ୍ତ ପିଲାଙ୍କ ଆରଟି ପିସିଆର ଓ ଆଣ୍ଟିବଡ଼ି ଯାଞ୍ଚ କରାଯିବ ବୋଲି ସୂଚନା ରହିଛି।

Share