ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଟ୍ରାଏଲ ରନ୍‌

ପୁରୀ, ୧୨ା୯(ଅଜିତ ମହାନ୍ତି):କିଛି ମାସ ତଳେ ପୁରୀରୁ କୋଲକାତାକୁ ବନ୍ଦେ ଭାରତ ଏକ୍ସେପ୍ରେସ ଗଡ଼ିଥିଲା। ଖୁବଶୀଘ୍ର ପୁରୀରୁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ପଶ୍ଚିମ ଓଡ଼ିିଶାକୁ ଗଡ଼ିବାକୁ ଯାଉଛି। ନୂଆବର୍ଷ ପୂର୍ବରୁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ରାଉରକେଲାକୁ ଗଡ଼ିବ ବୋଲି ସୂଚନା ମିଳିଛି। ଏନେଇ ସୋମବାର ପୁରୀରୁ ତାଳଚେର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଟ୍ରାଏଲ ରନ୍‌ ଅନୁଷ୍ଠିତ ହୋଇଛି। ଟ୍ରାଏଲ ରନ୍‌ ବେଳେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଷ୍ଟେଶନରେ ୨ ମିନିଟ ଲେଖାଏ ଟ୍ରେନ ରହିଥିବା ସୂଚନା ମିଳିଛି।
ଟ୍ରାଏଲ ରନ୍‌ ପାଇଁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ପୁରୀ ଷ୍ଟେଶନରୁ ସକାଳ ୯ଟା ୩୦ରେ ବାହାରିଥିଲା। ଏହି ଟ୍ରେନ ରାଉରକେଲା, ଝାରସୁଗୁଡ଼ା, ଅନୁଗୋଳ ଓ ତାଳଚେରକୁ ଯୋଡ଼ିିବ। ଏହି ଟ୍ରେନ୍‌ ରେଳଯାତ୍ରୀଙ୍କୁ ଦ୍ରୁତ, ଆରାମଦାୟକ ଓ ସୁବିଧାଜନକ ଭ୍ରମଣ ଅଭିଜ୍ଞତା ଦେଇ ଆସୁଛି। ରାଜଧାନୀରେ ଏକ୍ସପ୍ରେସ ତେଜସ୍‌ କୋଚ୍‌ ଶୁଭାରମ୍ଭ କରିବା ସମୟରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର-ରାଉରକେଲା ରୁଟ୍‌ରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବା ନେଇ ଘୋଷଣା କରିଥିଲେ। ଏହି ଟ୍ରେନ ପୁରୀରୁ ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୋଳ, ତାଳଚେର, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଦେଇ ରାଉରକେଲା ଚଳାଚଳ କରିବା ଦ୍ୱାରା ପଶ୍ଚିମ ଓଡ଼ିଶାବାସୀ ଅଧିକ ଉପକୃତ ହେବେ। ପୁରୀ ଷ୍ଟେଶନ ସୁପରିଣ୍ଟେଣ୍ଡେଣ୍ଟ ତଥା ମ୍ୟାନେଜର ଦାୟିତ୍ୱରେ ଥିବା ରମାକାନ୍ତ ମହାରାଣାଙ୍କ କହିବା ଅନୁଯାୟୀ, ପୁରୀରୁ ରାଉଲକେଲାକୁ ଗଡ଼ିିବାକୁ ଥିବା ବନ୍ଦେ ଭାରତ ଏକ୍ସେପ୍ରେସ ଓଡ଼ିିଶା ପାଇଁ ଦ୍ୱିିତୀୟ। ପୂର୍ବରୁ ପୁରୀରୁ କୋଲକାତାକୁ ପ୍ରଥମ ଟ୍ରେନ୍‌ ଗଡ଼ିିଥିଲା। ତେବେ ବନ୍ଦେ ଭାରତ ଚଳାଚଳ କରିବା ଦ୍ୱାରା ଯାତ୍ରୀମାନେ ବହୁତ ସୁବିଧା ପାଇପାରିବେ। ସମସ୍ତ ପ୍ରକାର ସୁବିଧା ଏହି ଟ୍ରେନ୍‌ରେ ରହିଛି। କମ୍‌ ସମୟ ମଧ୍ୟରେ ଯାତ୍ରୀ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରିବେ। ଟ୍ରେନରେ ଦୁଇଟି କ୍ଲାସ୍‌ ରହିଛି। ସୋମବାର ଟ୍ରେନ୍‌ର ପ୍ରଥମ ଟ୍ରାଏଲ ରନ୍‌ କରାଯାଇଛି। ପ୍ରଥମ କରି ପୁରୀରୁ ତାଲଚେର ପର୍ଯ୍ୟନ୍ତ ଟ୍ରେନ୍‌ର ଟ୍ରାଏଲ ରନ୍‌ ହୋଇଛି। ପରେ ରେଳ ବିଭାଗ ପକ୍ଷରୁ ଟାଇମ ଟେବୁଲ ପ୍ରସ୍ତୁତ କରାଯିବ। ସେପ୍ଟେମ୍ବର ଶେଷ ଆଡ଼କୁ ଏହା ଚଳାଚଳ କରିପାରେ। ଟ୍ରେନ୍‌ ୧୧୦ କିମ ବେଗରେ ଗତି କରିବ। ପୁରୀରୁ ରାଉଲକେଲାକୁ ୬ଘଣ୍ଟା ସମୟ ଲାଗିବ। ଟ୍ରେନରେ ଅତ୍ୟାଧୁନିକ ସୁବିଧା ରହିଛି। ପୁରୀରୁ ରାଉଲକେଲାକୁ ସଂଯୋଗ କରିବା ପାଇଁ ରେଳ ବିଭାଗ ପକ୍ଷରୁ ଯେଉଁ ପ୍ରୟାସ କରାଯାଇଛି ତାହା ଭଲ ପଦକ୍ଷେପ ବୋଲି ମହାରଣା କହିଛନ୍ତି। ସେହିପରି ଜିଆର୍‌ପି ଥାନା ଅଧିକାରୀ ସନ୍ତୋଷ କୁମାର ବାହିନୀପତି କହିଛନ୍ତି, ଏହା ଗର୍ବର ବିଷୟ। ଦୁଇଟି ଟ୍ରେନ୍‌ ପୁରୀରୁ ଛାଡ଼ିିବ। ପଶ୍ଚିମ ଓଡ଼ିଶା ପାଇଁ ଏହା ନୂଆଖାଇ ଭେଟି। ଆଜି ଟ୍ରାଏଲ ରନ କରାଯାଇଛି। ପରେ କେଉଁ କେଉଁଠାରେ ଟ୍ରେନ ରହିବ ସେ ନେଇ ରେଲଓ୍ବେ ପକ୍ଷରୁ ସୂଚନା ପ୍ରଦାନ କରାଯିବ। ଏନେଇ ରେଲଓ୍ବେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ଅନ୍ୟ ଟ୍ରେନ ଅପେକ୍ଷା ବନ୍ଦେ ଭାରତ ଏକ୍ସେପ୍ରେସ ପ୍ରତି ଅଧିକ ସୁରକ୍ଷା ଦିଆଯାଉଛି। ଯେଉଁମାନେ ମହାପ୍ରଭୁ୍‌ଙ୍କ ଦର୍ଶନ କରିବାକୁ ଆସିବେ ସେମାନେ ଦର୍ଶନ କରି ସେହି ଦିନ ଫେରିପାରିବେ ବୋଲି ସେନାପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri