ଟ୍ରାଇବାଲ୍‌ ଜୁଏଲେରି ଟ୍ରେଣ୍ଡ

ବର୍ତ୍ତମାନ ଫ୍ୟାଶନ୍‌ ଦୁନିଆରେ ଲାଟେଷ୍ଟ ଟ୍ରେଣ୍ଡ ପାଲଟିଛି ଟ୍ରାଇବାଲ୍‌ ଜୁଏଲେରି। କାରଣ ଏହା ନା କେବଳ ସବୁ ପ୍ରକାର ଆଉଟଫିଟ୍‌ ସହିତ ମ୍ୟାଚ୍‌ କରିହେଉଛି ବରଂ ଅପେକ୍ଷାକୃତ ଫ୍ୟାଶନେବଲ୍‌ ଲୁକ୍‌ ବି ଦେଉଛି…

ଆଦିବାସୀଙ୍କ ବିଭିନ୍ନ ମେଟାଲିକ୍‌ କଏନ୍‌ ଜୁଏଲେରି ବର୍ତ୍ତମାନ ଫ୍ୟାଶନ୍‌ର ରୂପ ନେଇଛି। ବିଶେଷକରି ଆଣ୍ଟିକ୍‌ ତଥା ଅକ୍ସିଡାଇଜ୍‌ଡ ଟ୍ରାଇବାଲ୍‌ ଜୁଏଲେରିକୁ ଶାଢ଼ି, ଚୁଡିଦାର ପଞ୍ଜାବୀ, ଲଙ୍ଗ ଗାଉନ୍‌, ଲଙ୍ଗ୍‌ ଫ୍ରକ୍‌ ଆଦି ଭଳି ପୋଷାକ ସହ ବ୍ୟବହାର କରିବା ଦ୍ୱାରା ଆକର୍ଷଣୀୟ ଲୁକ୍‌ ମିଳିପାରୁଛି।
ସେହି ପରି ବିଭିନ୍ନ ଛୋଟ ଏବଂ ବଡ଼ ବିଡ୍ସ ଥିବା ଟ୍ରାଇବାଲ୍‌ ଜୁଏଲେରି ବି ଯେକୌଣସି ଡ୍ରେସ୍‌ ସହ ମ୍ୟାଚ୍‌ କରି ହେଉ ଅବା କଣ୍ଟ୍ରାଷ୍ଟ କରି ପିନ୍ଧିଲେ ଆକର୍ଷଣୀୟ ଲୁକ୍‌ ମିଳିପାରୁଛି । ଏଭଳି ଜୁଏଲେରି ମଧ୍ୟରେ ବିଶେଷକରି ଆଭୁ ଷ୍ଟୋନ୍‌ ଗ୍ଲାସ୍‌ ବିଡେଡ୍‌ ତାଇବାନ୍‌ ଷ୍ଟାଇଲ୍‌ ନେକ୍‌ଲେସ୍‌ ବର୍ତ୍ତମାନ ବେଶି ଡିମାଣ୍ଡରେ ଅଛି।
ଓ୍ବେଷ୍ଟର୍ନ ଆଉଟ୍‌ ଫିଟ୍‌ ସହିତ ଏଭଳି ଜୁଏଲେରିକୁ ପେୟାର କଲେ ଲୁକ୍‌ ଅଧିକ ମଡର୍ନ ଏବଂ ଷ୍ଟାଇଲିସ୍‌ ଲାଗିଥାଏ। ଡିଜାଇନ୍‌ର ଡ୍ରେସ୍‌ ସହିତ ବୋଲ୍ଡ ଟ୍ରାଇବାଲ୍‌ ନେକ୍‌ଲେସ୍‌ ଏବଂ ଲଙ୍ଗ୍‌ ଡ୍ୟାଙ୍ଗ୍‌ଲ ଇୟରରିଂ ଏବଂ ବ୍ୟାଙ୍ଗଲ୍‌ ସୁନ୍ଦର ଲାଗିଥାଏ। ବିଶେଷକରି ଜିନ୍ସ ଏବଂ ଟି ଶାର୍ଟ ସାଙ୍ଗକୁ ଟ୍ରାଇବାଲ ନେକ୍‌ଲେସ୍‌ ବର୍ତ୍ତମାନ ଟ୍ରେଣ୍ଡରେ ଅଛି।
ବର୍ତ୍ତମାନ ଫ୍ୟାଶନେବଲ୍‌ ଲୁକ୍‌ ପାଇବା ପାଇଁ ଅଧିକାଂଶ ବୋହୋ ଟ୍ରାଇବାଲ୍‌ ନେକ୍‌ଲେସ୍‌ ଏବଂ ଟ୍ରାଇବାଲ୍‌ ବ୍ୟାଙ୍ଗଲ୍‌ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଏହା ଅପେକ୍ଷାକୃତ ଅଧିକ ଆଇକ୍ୟାଚି ହୋଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ତ୍ତିକ ପୂର୍ଣ୍ଣିମାରେ ଅଦ୍ଭୁତ ସଂଯୋଗ: ଏସବୁ ରାଶିର ଭାଗ୍ୟ ଖୋଲିବ,ଅଟକି ଥିବା କାମ… 

ହିନ୍ଦୁ ଧର୍ମରେ ଦେବ ଦୀପାବଳିର ବଡ଼ ମହତ୍ୱ ରହିଛି। ଏହାକୁ କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ରାତିରେ ସମସ୍ତ ଦେବୀଦେବତା...

ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ...

ସଚେତନତାକୁ ପ୍ରାଥମିକତା ଦିଆଯାଉ

ନିମୋନିଆ ଏଭଳି ଏକ ସ୍ବାସ୍ଥ୍ୟ ସମସ୍ୟା, ଯାହା ଶିଶୁ, ଯୁବପିଢ଼ି, ବୟସ୍କଙ୍କୁ ହୋଇପାରେ। ଏହାର କେତୋଟି ପ୍ରମୁଖ ଲକ୍ଷଣ ରହିଛି। ସେଗୁଡିକ ବିଷୟରେ ଆମେ ଜାଣିବା...

ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁଫୁଲ, ମିଳିବ ଏସବୁ ଫାଇଦା…

ଆପଣଙ୍କର ଦୃଷ୍ଟିଶକ୍ତିଜନିତ ସମସ୍ୟା ରହିଛି କି? ଯଦି ହଁ, ତେବେ ଏଥିରୁ ରକ୍ଷା ପାଇବାର ଏକ ସରଳ ତଥା ସହଜ ଉପାୟ ରହିଛି। ବାସ୍‌, ନିଜର...

ଶ୍ରେଷ୍ଠ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼, ଧନଜୀବନ ପ୍ରତି ମହାବିନାଶକ

ନିକଟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ କ୍ଷୁଦ୍ର ଲଘୁଚାପ ‘ଦାନା’ ସମୟକ୍ରମେ ଅବପାତ, ଗଭୀର ଅବପାତ, ଘୂର୍ଣ୍ଣିବାତ୍ୟା ଓ ଗଭୀର ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇ ଓଡ଼ିଶା...

ଏମିତି ଜଣାପଡ଼େ କ୍ୟାନ୍‌ସରର ପ୍ରାଥମିକ ଲକ୍ଷଣ, ଅବହେଳା ନ କରି…

ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ, ଆମ ରାଜ୍ୟରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାର କେତେକ କାରଣ ମଧ୍ୟ ରହିଛି। ଅଧିକାଂଶ ବ୍ୟକ୍ତି...

ଶିଡ଼ି ତଳେ ଏସବୁ ରଖୁଛନ୍ତି କି? ମାଡ଼ି ଆସିବ ଦାରିଦ୍ରତା, ଘରେ ବଢ଼ିବ ଅଶାନ୍ତି

ସ୍ଥାନର ଅଭାବ ଯୋଗୁ କିଛି ଲୋକ ଶିଡ଼ି ତଳେ ଥିବା ଖାଲି ସ୍ଥାନକୁ ଜିନିଷ ରଖିବା ପାଇଁ ବ୍ୟବହାର କରିଥାନ୍ତି ତ ଆଉ କିଛି ଲୋକ...

କିପରି ହୁଏ କିଡ୍‌ନୀ ଡାୟାଲିସିସ୍‌

ଡାୟାଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇ ପଡ଼ିଲେ ଡାୟାଲିସିସ୍‌ ପଦ୍ଧତି ଅନୁସରଣ କରାଯାଏ। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri