Categories: ବାଣିଜ୍ୟ

ଓଡ଼ିଶା ବଜାରରେ ଟ୍ରାୟମ୍ପର ସ୍ପିଡ୍‌ ୪୦୦

ଭୁବନେଶ୍ୱର,୧୦।୮ (ଅଭୟ ଦାଶ): ଟ୍ରାୟମ୍ପ ମାଟରସାଇକେଲସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ସ୍ପିଡ୍‌ ୪୦୦’ର ସର୍ବଭାରତୀୟ ବଜାର ପ୍ରବେଶ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଟ୍ରାୟମ୍ପ ମାଟରସାଇକେଲସର ସ୍ବୀକୃତିପ୍ରାପ୍ତ ଡିଲର ଶ୍ରୀ ଭାରତ ମୋଟର୍ସ ଲିମିଟେଡ୍‌ ପକ୍ଷରୁ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଟ୍ରାୟମ୍ପ ମାଟରସାଇକେଲସର ଭିପି ଦିନେଶ କୁଲକର୍ନୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରାୟମ୍ପ ମାଟରସାଇକେଲସର ଇଷ୍ଟ ଜୋନ୍‌ ସେଲ୍‌ସ ହେଡ୍‌ ସୁବ୍ରତ ମହାପାତ୍ର ଏବଂ ଶ୍ରୀ ଭାରତ ମୋଟର୍ସ ଲିମିଟେଡ୍‌ର ନିର୍ଦ୍ଦେଶକ ହର୍ଷବର୍ଦ୍ଧନ ଡିଡ୍‌ଓ୍ବାନିଆ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷକରି ବର୍ତ୍ତମାନ ସମୟରେ ହାଇସ୍ପିଡ୍‌ ବାଇକର ଚାହଦା ବଢିଛି। ଯୁବଗୋଷ୍ଠୀଙ୍କ ଚାହିଦା ଏବଂ ଆବଶ୍ୟକତା ପୂରଣ କରିବା ପାଇଁ ଉଭୟ କମ୍ପାନୀ ଓ ଡିଲର ପଏଣ୍ଟ ପକ୍ଷରୁ ବ୍ୟାପକ ପ୍ରୟାସ କରାଯାଉଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶା ବଜାରରେ ଏହାର ପ୍ରବେଶ ହେବା ସହ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୦୦ ବାଇକ ଅନାବରଣ ଉତ୍ସବରେ ଡେଲିଭରି ସହିତ ବୁକିଂ ହୋଇଥିବା ଶ୍ରୀ ଭାରତ ମୋଟର୍ସ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଶ୍ରୀ ଭାରତ ମୋଟର୍ସ ଲିମିଟେଡ୍‌ର ନିର୍ଦ୍ଦେଶକ ଡିଡ୍‌ଓ୍ବାନିଆ କହିଛନ୍ତି, ସ୍ପିଡ୍‌ ୪୦୦ ପ୍ରତି ଯୁବବର୍ଗଙ୍କର ଦୁର୍ବଳତା ରହିଛି। ଏହାର ଉନ୍ମୋଚନ ପରଠାରୁ ବୁକିଂ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଏଠାରେ ବିକ୍ରି ପରିବର୍ତ୍ତୀ ସେବା ସହ ସେଲ୍‌ସ ସର୍ଭିସ୍‌ ଆଣ୍ଡ ସ୍ପେୟାରର ସୁବିଧା ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି।

Share