Categories: ଜାତୀୟ

କେଜରିଓ୍ବାଲଙ୍କ ହାତରେ ତ୍ରିରଙ୍ଗା: ହମ୍‌ ହୈ ଟିମ୍‌ ଇଣ୍ଡିଆ ଓ୍ବାଲେ, ‘ଜିତେଗା ଭାରତ’ ଟ୍ୟାଗଲାଇନ ଚୟନ…

ନୂଆଦିଲ୍ଲୀ,୧୯।୭ : ବେଙ୍ଗାଲୁରୁରେ ବିରୋଧୀଙ୍କ ବୈଠକ ପରେ ଗ୍ରାଣ୍ଡ ଆଲାଇନ୍ସର ନାମ ଇଣ୍ଡିଆ ଘୋଷଣା କରାଯାଇଛି। ଏହି ମର୍ମରେ ବୁଧବାର ଆମ ଆଦମୀ ପାର୍ଟି ଦ୍ୱାରା ଏକ ପୋଷ୍ଟର ରିଲିଜ ହୋଇଛି ଯେଉଁଥିରେ ଦଳର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାରତର ତ୍ରିରଙ୍ଗା ଧରିଥିବାର ନଜର ଆସିଛନ୍ତି। ଫଟୋ ଶେୟାର କରି କ୍ୟାପଶନରେ ଏଏପି ଲେଖିଛି, ହମ୍‌ ହୈ ଟିମଇଣ୍ଡିଆ ଓ୍ବାଲେ‘।

ଇଣ୍ଡିଆ ନାମ ଘୋଷଣା କରିବାର ଗୋଟିଏ ଦିନ ପରେ ବିରୋଧୀ ଦଳମାନେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ‘ଜିତେଗା ଭାରତ’ ଟ୍ୟାଗଲାଇନ ଚୟନ କରିଛନ୍ତି। ଏହି ଟ୍ୟାଗଲାଇନ ବୋଧହୁଏ ବିଭିନ୍ନ ଆଞ୍ଚଳିକ ଭାଷାରେ ଅନୁବାଦ ହୋଇ ବ୍ୟବହୃତ ହେବ।

Share