କର୍ଲାମୁଣ୍ଡା,୨୫ା୪(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ଆଦିବାସୀ ସଂଘ ପକ୍ଷରୁ ଜନସମ୍ପର୍କ ଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଂଘ ସଭାପତି ପ୍ରକାଶ ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଯାତ୍ରାରେ ବ୍ଲକ ସଂଘ ସଭାପତି ସୁରେନ୍ଦ୍ର ଭୋଇ, ବ୍ଲକ କନ୍ଧ ସମାଜ ସଭାପତି ଗୋବିନ୍ଦ ଭୋଇ, ସମ୍ପାଦକ ନନ୍ଦି କିଶୋର ଭୋଇ, ଉପସଭାପତି ଦୟାନିଧି ମାଝୀଙ୍କ ସମେତ ସଂକୀର୍ତ୍ତନ ଭୋଇ, ମହେନ୍ଦ୍ର ପ୍ରଧାନୀ ପ୍ରମୁଖ ଯୋଗ ଦେଇଥିଲେ। କର୍ମକର୍ତ୍ତାମାନେ ବ୍ଲକର ରିଞ୍ଜା, ବୋରପଦର, ରେଗଡା, ସାପଲହରା, ଜୋରାଡବ୍ରା ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ଦେବଦେବୀଙ୍କ ପୂଜା, ସଂସ୍କୃତି, ସଂସ୍କାର, ନିଶାମୁକ୍ତ ସମାଜ ଗଠନ ଉପରେ ଜନ ସଚେତନତା ସୃଷ୍ଟି କରିଥିଲେ। ଏ ଅବସରରେ ବିଭିନ୍ନ ଗାଁର ଯାନୀ, ଝାଙ୍କର, ପୂଜାରୀ, ଦିଶାରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।


