ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ: ଚାଲିଗଲା ୧୨ ଜୀବନ

ଖାର୍ତୋମ,୨୭।୧୨: ଗତ କିଛି ଦିନ ହେବ ସୁଦାନର ଡାରଫୁର ଅଞ୍ଚଳରେ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଡାରଫୁରରେ ଥିବା ଶରଣାର୍ଥୀ ତଥା ବିସ୍ଥାପିତ ସହାୟତା ଗୋଷ୍ଠୀ ଜେନେରାଲ କୋର୍ଡିନେସନ ମୁଖପାତ୍ର ଆଡାମ ରିଗେଲ କହିଛନ୍ତି, ଦକ୍ଷିଣ ଡାରଫର ପ୍ରଦେଶର ବେଲିଲ ଅଞ୍ଚଳରେ ପଶୁପାଳକ ଏବଂ ଚାଷୀଙ୍କ ମଧ୍ୟରେ ସଂଘର୍ଷରେ ଅତି କମରେ ୪୨ ଜଣ ଆହତ ହୋଇଛନ୍ତି। ପଶୁପାଳକମାନେ ଆମୌରୀ ଗ୍ରାମରେ ‘ଟୁକ-ଟୁକ’ ନାମକ ଏକ ମୋଟର ଚାଳିତ ରିକ୍ସା ଲୁଟିବାକୁ ଚେଷ୍ଟା କରିଥିଲେ ବୋଲି ସ୍ଥାନୀୟ ଅଧିକାରୀ କହିଛନ୍ତି। ଏହି ସଂଘର୍ଷରେ ପଶୁପାଳକ ଏବଂ ସ୍ଥାନୀୟ ଲୋକମାନେ ପରସ୍ପର ଉପରେ ଆକ୍ରମଣ କରିବା ପରେ ହିଂସା ବୃଦ୍ଧି ପାଇଥିଲା।

Share