Advertisement

ଘରେ ବସି କିଣିହେବ ଆଦିବାସୀ ସାମଗ୍ରୀ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଆସନ୍ତା ୨୬ ତାରିଖଠାରୁ ୟୁନିଟ୍‌-୧ସ୍ଥିତ ଆଦିବାସୀ ପଡ଼ିଆରେ ହେବାକୁ ଥିବା ଆଦିବାସୀ ମେଳା-୨୦୨୧ ପାଇଁ ଏକ ପ୍ରସ୍ତୁତି ବୈଠକ ଶନିବାର ଆଦିବାସୀ ପଡ଼ିଆଠାରେ ଅନୁଷ୍ଠିିତ ହୋଇଯାଇଛି। ବୈଠକରେ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗର ନିର୍ଦ୍ଦେଶିକା (ଏସ୍‌ଟି) ଗୁହା ପୁନମ କୁମାର ଏବଂ ଏସ୍‌ସିଏସ୍‌ଟିଆର୍‌ଟିଆଇ ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ଯୋଗଦେଇ ମେଳା ଆୟୋଜନ ନିମନ୍ତେ ଗଠିତ ବିଭିନ୍ନ ଟିମ୍‌ର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। କୋଭିଡ୍‌ ପରିପ୍ରେକ୍ଷୀରେ ଚଳିତବବର୍ଷ ଆଦିବାସୀ ମେଳାକୁ ଭର୍ଚୁଆଲ୍‌ ମୋଡ୍‌ରେ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ ବିଭାଗର ଓ୍ବେବ୍‌ସାଇଟ୍‌କୁ ଯାଇ ରେଜିଷ୍ଟ୍ରେଶନ୍‌ କରିବା ସହ ଭର୍ଚୁଆଲ୍‌ ମାଧ୍ୟମରେ ମେଳା ଦେଖିପାରିବେ। ସବୁଠାରୁ ବଡ଼କଥା ହେଲା, ଅନ୍‌ଲାଇନ୍‌ରେ ସାମଗ୍ରୀ ମଧ୍ୟ କିଣି ପାରିବେ। ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଭର୍ଚୁଆଲ୍‌ ମୋଡ୍‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିହେବ। ରାଜ୍ୟ ସରକାରଙ୍କ ୫-‘ଟି’ ପଦକ୍ଷେପ ସ୍ବରୂପ ବିଭାଗ ପକ୍ଷରୁ ମେଳାରେ ଇ-ରେଜିଷ୍ଟ୍ରେଶନ୍‌, ଇ-ମାର୍କେଟିଂ, ଇ-କଲ୍‌ଚରାଲ୍‌ ପ୍ରୋଗ୍ରାମର ବ୍ୟବସ୍ଥା କରାଯାଇଥିବା ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। ଯେଉଁ ଦର୍ଶକମାନେ ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେଶନ୍‌ କରିଛନ୍ତି ସେମାନେ ମୋବାଇଲ୍‌ରେ ପାଇଥିବା ବାର୍‌କୋଡ୍‌ ଦେଖାଇ ମେଳା ପରିସରକୁ ପ୍ରବେଶ କରିବେ। ଯେଉଁମାନେ ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେଶନ୍‌ କରି ନ ଥିବେ ସେମାନେ ମେଳାର ଗେଟ୍‌ ନିକଟରେ ରେଜିଷ୍ଟ୍ରେଶନ୍‌ କରି ମେଳା ପରିସରକୁ ପ୍ରବେଶ କରିବେ। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଦର୍ଶକମାନେ ଏକ ଘଣ୍ଟା ପାଇଁ ମେଳା ପରିସର ବୁଲିିବାର ବ୍ୟବସ୍ଥା ରହିଛି। ମେଳାରେ ପେଟିଏମ୍‌ ମାଧ୍ୟମରେ କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକସନ୍‌ ବ୍ୟବସ୍ଥା କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share