ଆଦିବାସୀ ମେଧାବୀ ଛାତ୍ରୀ ଉଚ୍ଚ ଶିକ୍ଷାରୁ ବଞ୍ଚିତ

ମହାକାଳପଡା,୨୧ା୯ (ଡି.ଏନ.ଏ,): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ଲୋକମାନଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ତୃଣମୂଳସ୍ତରରେ ଅଭାବୀ ପରିବାରର ଅର୍ଥ ବାଧକ ଯୋଗୁ ଅନୁସୂଚିତ ଜନଜାତି ଛାତ୍ରୀଛାତ୍ରମାନେ ଉଚ୍ଚତର ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ପଞ୍ଚାୟତର ଦକ୍ଷିଣପଡ଼ା ଗଁାର ରାମଚନ୍ଦ୍ର ହେମ୍ବ୍ରମ୍‌ (୪୪) ଆଦିବାସୀ ଅଭାବୀ ପରିବାର।
ପରିବାର କହିଲେ ପତ୍ନୀ ଝୁମୁରି, ବଡ ଝିଅ ମାନସୀ (୧୯), ମାଟ୍ରିକରେ ପ୍ରଥମ ଶ୍ରେଣୀ ଓ ଯୁକ୍ତ ୨ ରେଭେନ୍ସା କଲେଜରୁ ଯୁକ୍ତ ୨ ବିଜ୍ଞାନରେ ପ୍ରଥମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ଅର୍ଥ ଅଭାବ ଯୋଗୁ ଉଚ୍ଚତର ଶିକ୍ଷାରୁ ବଞ୍ଚତ୍ତ ହୋଇଛନ୍ତି। ମଝିଆଁ ଝିଅ ଟୁନି (୧୭) ଯୁକ୍ତ ୨ ବିଜ୍ଞାନ କେନ୍ଦ୍ରାପଡ଼ା କଲେଜରେ ନାମ ଲେଖାଇ ଥିଲେ ମଧ୍ୟ ଅର୍ଥ ଅଭାବ ଯୋଗୁ ପାଠ ପଢା ଅଧୁରା ରହିଗଲା। ସାନ ଝିଅ ସବିତା ଅଷ୍ଟମ ଶ୍ରେଣୀ ମଠସାହି ଆଶ୍ରମ ସ୍କୁଲ ଜଗତ୍‌ସିଂହପୁରରେ ପଢୁଛନ୍ତି। ସାନ ପୁଅ ଚନ୍ଦନ ଗଁା ସ୍କୁଲରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଛି। ବାପା ରାମଚନ୍ଦ୍ର ଜମ୍ବୁ ଗଁାର ଜଣେ ବୋଟ୍‌ ମାଲିକଙ୍କ ବୋଟ୍‌ରେ ରହି ନଦୀ ସମୁଦ୍ରରୁ ମାଛ ଧରି ଯାହା ଦି ପଇସା ରୋଜଗାର ହେଉଛି ସେଥିରେ ପରିବାର ଦୁଃଖ କଷ୍ଟରେ ଚଳିଯାଉଛି ବୋଲି ଝୁମୁରି କହିଛନ୍ତି। ଅପରପକ୍ଷରେ ଚାଷ ଜମି ନାହିଁ। ଯାହା ବାସ କରିବା ପାଇଁ ଖଣ୍ଡେ ଜାଗା ଅଛି ତାହା ପୁଣି କେ’ ଫର୍ମ ପଟ୍ଟା। ଏହି ପଟ୍ଟାରେ ସରକାରୀ ଯୋଜନା କିଛି କାର୍ଯ୍ୟକାରୀ ହେଉ ନ ଥିବା କହିଛନ୍ତି। ଏକ ନୁଅଁାଣିଆ ପଲିଥିନ୍‌ ତଳେ ବିତୁଛି ଗରିବ ଅଭାବୀ ଆଦିବାସୀ ପରିବାରଙ୍କ ଜୀବନ। ସାମୁଦ୍ରିକ ଝଡ଼ ବାତ୍ୟା ଆସିଲେ ଏହି ପଲିଥିନ ତଳେ ବିତୁଛି । ତେବେ ମେଧାବୀ ଛାତ୍ରୀ ମାନସୀଙ୍କ ବାପା ମତ୍ସ୍ୟଜୀବୀ ହୋଇଥିବାରୁ ଅଭାବୀ ସଂସାରରେ ପରିବାର ଲୋକ ଉଚ୍ଚ ଶିକ୍ଷା ପାଇଁ ଅର୍ଥ ଅଭାବ ରହିଛି। କୌଣସି ସରକାରୀ ଓ ବେସରକାରୀ ସେଚ୍ଛାସେବୀ ସଂସ୍ଥା ବା ଅନୁଷ୍ଠାନ ଏହି ମେଧାବୀ ଛାତ୍ରୀଙ୍କ ପାଇଁ ସହାୟତା ରାଶି ପ୍ରଦାନ ପାଇଁ ସ୍ଥାନୀୟ ଲୋକମାନେ କହିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡା ଜିଲାପାଳ ଅମୃତ ଋତୁରାଜଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ଜଣାପଡିଛି। ମେଧାବୀ ଛାତ୍ରୀ ମାନସୀଙ୍କ କହିବା କଥା ଉଚ୍ଚ ଶିକ୍ଷା ପରେ ବ୍ୟାଙ୍କ ଉଚ୍ଚ ପଦସ୍ଥ ଅଧିକାରୀ ହେବାକୁ ସ୍ବପ୍ନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri