ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ନାବାଳକଙ୍କ ସମେତ ୩ ଅଟକ

ସୁନ୍ଦରଗଡ଼,୨୩ା୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ଆଦିବାସୀ ନାବାଳିକା(୧୫)ଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ମଙ୍ଗଳବାର ସକାଳେ ପୀଡ଼ିତାଙ୍କ ପରିବାର ଲୋକେ ତଳସରା ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏହି ଘଟଣାରେ ଜଣେ ନାବାଳକଙ୍କ ସମେତ ୩ଜଣଙ୍କୁ ଅଟକ ରଖିଛି। ଏହି ମାମଲାରେ ତଳସରା ଥାନା ପୋଲିସ ନଂ. ୯୦/୨୫ରେ ମାମଲା ରୁଜୁ କରିବା ସହ ଏକ ବୋଲେରୋ ଗାଡ଼ି ଏବଂ ୩ଟି ମୋବାଇଲ ଫୋନ୍‌ ଜବତ କରିଛି।
ପୋଲିସ ସୂଚନା ମୁତାବକ, ପୀଡ଼ିତା ନାବାଳିକା ତାଙ୍କ ୨ଜଣ ସାଙ୍ଗଙ୍କ ସହିତ ସୋମବାର ରାତିରେ ଗ୍ରାମରେ ଏକ ଏକୋଶିଆ ଭୋଜି ଖାଇବାକୁ ଯାଇଥିଲେ। ସେଠାରୁ ବିଳମ୍ବିତ ରାତିରେ ଘରକୁ ଫେରୁଥିବାବେଳେ ପଛପଟୁ ଏକ ବୋଲେରୋରେ ୩ଜଣ ଆସି ସେମାନଙ୍କୁ ପିଛା କରିଥିଲେ। ହେଲେ ନାବାଳିକାମାନେ ଦୌଡ଼ି ପଳାଇଥିଲେ। ସେଠାରୁ କିଛି ବାଟ ଗଲାପରେ ପୁଣି ବୋଲେରୋରେ ସେମାନେ ପିଛା କରିଥିଲେ। ଏହି ସମୟରେ ଜଣେ ନାବାଳିକା ତଳେ ପଡ଼ି ଯାଇଥିଲେ। ଫଳରେ ବୋଲେରୋରୁ ୩ଜଣ ଓହ୍ଲାଇ ତଳେ ପଡ଼ିଥିବା ନାବାଳିକାଙ୍କୁ ଟେକି ନେଇ ସେଠାରୁ ୧୧କିଲୋମିଟର ଦୂର ବାଲିଶଙ୍କରା ଶୁଖାମହାଦେବ ମନ୍ଦିର ପାହାଡ଼ ଉପରେ ଥିବା ଜଙ୍ଗଲରେ ନାବାଳିକାଙ୍କୁ ଗଣବଳତ୍କାର କରିଥିଲେ। ରାତି ପ୍ରାୟ ସାଢେ ୩ଟାରେ ତଳସରା ଥାନାଠାରୁ ୧୫କି.ମି. ଦୂର ରାସ୍ତା ପାର୍ଶ୍ୱରେ ପୀଡ଼ିତାଙ୍କୁ ଓହ୍ଲାଇ ଘଟଣା ବିଷୟରେ କାହାକୁ କହିଲେ ଜୀବନରେ ମାରିଦେବୁ ବୋଲି ଧମକ ଦେଇ ଚାଲି ଯାଇଥିଲେ। ପରେ କୌଣସି ପ୍ରକାରେ ଖବରପାଇ ପରିବାର ଲୋକେ ଝିଅକୁ ଊଦ୍ଧାର କରି ଘରକୁ ଆଣିଥିଲେ। ମଙ୍ଗଳବାର ସକାଳେ ପରିବାର ଲୋକଙ୍କ ସହିତ ପୀଡ଼ିତା ତଳସରା ଥାନାରେ ଏତଲା ଦେଇଥିଲେ। ସଦର ଏସ୍‌ଡିପିଓ ନିର୍ମଳ କୁମାର ମହାପାତ୍ରଙ୍କ ନେତୃତ୍ୱରେ ପୋଲିସ ତଦନ୍ତ କରି ଗଣବଳାତ୍କାରୀଙ୍କୁ ଧରି ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ସନ୍ଧ୍ୟାରେ ପୀଡ଼ିତାଙ୍କ ସମେତ ୨ଅଭିଯୁକ୍ତଙ୍କ ସମେତ ନାବାଳକଙ୍କ ଡାକ୍ତରୀ ମାଇନା କରାଯାଇଛି। ଏନେଇ ତଳସରା ଥାନାରେ ଅପହରଣ ଏବଂ ବଳାତ୍କାର ମାମଲା ରୁଜୁ ହୋଇଥିବାବେଳେ ୨ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ସଦର ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଅପରପକ୍ଷରେ ପ୍ରଦେଶ କଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ନିର୍ମଳ ଚନ୍ଦ୍ର ନାଏକ, ପର୍ଶୁରାମ ସରାଫ, ବାଲିଶଙ୍କରା ବ୍ଲକ କଗ୍ରେସ ସଭାପତି ପଶାୟତ, ସବଡେଗା ବ୍ଲକ ସଭାପତି ଶୁଭେନ୍ଦୁ ନାଏକ ପୀଡ଼ିତାଙ୍କ ପରିବାରଙ୍କୁ ଭେଟି ଘଟଣାର ଅନୁଧ୍ୟାନ କରିଥିଲେ। ପରେ ସେମାନେ ତଲସରା ଥାନାରେ ପହଞ୍ଚତ୍ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri