କେନ୍ଦୁଝର, ୨୨।୧୨(ସ୍ବ.ପ୍ର.): ଆଦିବାସୀଙ୍କ ସାର୍ଣ୍ଣା ଧର୍ମର ସାମ୍ବିଧାନିକ ସ୍ବୀକୃତି ଦାବିରେ ମଙ୍ଗଳବାର ଆଦିବାସୀ ସଙ୍ଗଠନ ପକ୍ଷରୁ ଏକ ବିଶାଳ ରାଲି ଓ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଛି। ଦ ଅଲ୍ ଇଣ୍ଡିଆ ସାର୍ଣ୍ଣା ଧର୍ମ ଚେମେଟ ଆଶ୍ରା ସଙ୍ଗଠନର ଡାକରାରେ ଆୟୋଜିତ ଏହି ଆନ୍ଦୋଳନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜିଲା କଂଗ୍ରେସ ସଭାପତି ବିପ୍ଲବ ମିଶ୍ର ପ୍ରମୁଖ ସାମିଲ ହୋଇ ସମର୍ଥନ ଜଣାଇଥିଲେ। ଜନ ଗଣନାରେ ଏହି ଧର୍ମକୁ ସାମିଲ କରିବା ସହ ଏହି ଧର୍ମର ଉପାସକଙ୍କୁ ସମ୍ମାନଜନକ ମର୍ଯ୍ୟାଦା ପ୍ରଦାନ କରିବା ସହ ସାମ୍ବିଧାନିକ ସ୍ବୀକୃତି ପ୍ରଦାନ ପାଇଁ ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।
Posted inଆମ ଜିଲା ଖବର, କେନ୍ଦୁଝର