ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର ପରେ ଜିଅନ୍ତା ଜାଳିଦେଲେ, ସ୍ବାମୀ କହିଲେ ହୃଦୟ ବିଦାରକ କଥା

ଇମ୍ଫାଲ,୯ା୧୧: ମଣିପୁରର ଜିରିବାମ ଜିଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସୂଚନାନୁସାରେ, ଗୁରୁବାର (ନଭେମ୍ବର ୭) ରାତିରେ ଜଣେ ୩୧ ବର୍ଷୀୟା ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର କରାଯାଇ ପରେ ଜିଅନ୍ତା ଜାଳି ଦିଆଯାଇଛି। ଏହି ସମୟ ମଧ୍ୟରେ ସଶସ୍ତ୍ର ଆକ୍ରମଣକାରୀମାନେ ଦ୍ରୁତଗତିରେ ଗୁଳି ଚଳାଇ ଗାଁରେ ୧୭ଘର ଜାଳି ଦେଇ ଫେରାର ହୋଇଯାଇଛନ୍ତି। ପୋଲିସ ସୂଚନାନୁସାରେ, ଏହି ଘଟଣାରେ ପୀଡ଼ିତାଙ୍କୁ ବଳାତ୍କାର କରାଯାଇ ହତ୍ୟା କରାଯାଇଛି।

ପୋଲିସ ଏଫ୍‌ଆଇଆରରେ ‘ଜାତି ଏବଂ ସମ୍ପ୍ରଦାୟ ଉପରେ ବଳାତ୍କାର ଏବଂ ହତ୍ୟା’ ବିଷୟରେ ଉଲ୍ଲେଖ କରିଛି। ପୀଡ଼ିତାଙ୍କ ସ୍ବାମୀ ପୋଲିସ ନିକଟରେ ଅଭିଯୋଗ କରି କହିଛନ୍ତି ଯେ, ଏହି କାର୍ଯ୍ୟ ବେଆଇନ ଅନୁପ୍ରବେଶକାରୀଙ୍କ ଦ୍ୱାରା କରାଯାଇଛି, କିନ୍ତୁ ଆକ୍ରମଣକାରୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ପୋଲିସ ସୂତ୍ର ଅନୁଯାୟୀ, ଆକ୍ରମଣକାରୀମାନେ ମଣିପୁରର ସ୍ଥାନୀୟ ଅଞ୍ଚଳର ହୋଇଥିବାର ସନ୍ଦେହ କରାଯାଉଛି।

ଆଦିବାସୀ ଆଡଭୋକେଟି କମିଟି (ଆଇଟିଏସି) ଏକ ବିବୃତ୍ତି ଜାରି କରି କହିଛି ଯେ, ଆକ୍ରମଣକାରୀମାନେ ଗାଁରେ ପ୍ରବେଶ କରିବା ମାତ୍ରେ ଘରେ ନିଆଁ ଲଗାଇ ଦେଇଥିଲେ। ଏହି ସମୟ ମଧ୍ୟରେ ଗାଁର ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଜଙ୍ଗଲ ଆଡ଼କୁ ଦୌଡ଼ିଥିଲେ। କିନ୍ତୁ ଜଣେ ମହିଳା ଫାଶରେ ପଡ଼ି ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣା ମଣିପୁରରେ ଚାଲିଥିବା ଜାତି ବିବାଦର ଆଉ ଏକ ଭୟଙ୍କର ଘଟଣା ପାଲଟିଛି।

ମଣିପୁରରେ ଚାଲିଥିବା ଜାତି ବିବାଦ ରାଜ୍ୟରେ ବିଭାଜନର କାରଣ ପାଲଟିଛି। ମଣିପୁରର ଅଧିକାଂଶ ମେଟେଇ ଏବଂ ଆଦିବାସୀ କୁକି ସମ୍ପ୍ରଦାୟ ମଧ୍ୟରେ ନିରନ୍ତର ବିବାଦ ଲାଗି ରହିଛି, ଯେଉଁ କାରଣରୁ ରାଜ୍ୟରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବିବାଦରେ ଏପର୍ଯ୍ୟନ୍ତ ୨୩୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫୦୦୦୦ ଲୋକ ବାସହୀନ ହୋଇଯାଇଛନ୍ତି। ଏହି ଘଟଣା ରାଜ୍ୟରେ ପରିସ୍ଥିତିକୁ ଆହୁରି ଅଶାନ୍ତ କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଚ୍ଛାମୃତ୍ୟୁ ଦାବି କରିଥିବା କୃଷକଙ୍କୁ ୯.୯୧ ଲକ୍ଷ ଟଙ୍କା ଜରିମାନା:ଜାଣନ୍ତୁ କାହିଁକି

ଝୁନ୍‌ଝୁନୁ,୨୨ା୧୨:ଇଚ୍ଛାମୃତ୍ୟୁ ଦାବି କରୁଥିବା ରାଜସ୍ଥାନ ଝୁନ୍‌ଝୁନୁ ଜିଲାର ଜଣେ କୃଷକ ଓ ତାଙ୍କ ପରିବାର ଆତ୍ମଦାହ ଉଦ୍ୟମ କରୁଥିବାବେଳେ ପୋଲିସ ପହଞ୍ଚତ୍ ସେମାନଙ୍କୁ ଅଟକାଇଥିଲା। ଶ୍ରୀ...

ବଢିଲା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ: ସମନ ପଠାଇଲେ କୋର୍ଟ

ବରେଲି,୨୨ା୧୨:ଲୋକ ସଭା ନିର୍ବାଚନ ସମୟରେ ଅର୍ଥନୈତିକ ସର୍ଭେକୁ ନେଇ କଂଗ୍ରେସ ଏମ୍‌ପି ତଥା ଲେକା ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ...

ଆଲୁ ଅର୍ଜୁନଙ୍କ ଘର ଉପରକୁ ପଥର ମାଡ଼

ହାଇଦ୍ରାବାଦ୍‌,୨୨।୧୨: ଅଭିନେତା ଆଲୁ ଅର୍ଜୁନଙ୍କ ହାଇଦ୍ରାବାଦର ଜୁବୁଲି ହିଲ୍ସ ଘର ଉପରକୁ କିଛି ଅଜ୍ଞାତ ବ୍ୟକ୍ତି ପଥର ମାଡ କରିଛନ୍ତି। ଜେଏସି ନେତାମାନେ ଏହି କାଣ୍ଡ...

ଜୟପୁର ଦୁର୍ଘଟଣାର ଛାତିଥରା କାହାଣୀ: ଜଳନ୍ତା ଅବସ୍ଥାରେ ଅଢେଇ କିଲୋମିଟର ଦୌଡିଲେ ୩୦ ଲୋକ

ଜୟପୁର,୨୨।୧୨: ରାଜସ୍ଥାନ ଜୟପୁରରେ ହୋଇଥିବା ଭୟଙ୍କର ସଡ଼କ ଦୁର୍ଘଟଣା ଏବେ ପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭି ନାହିଁ। ଏହି ଦୁର୍ଘଟଣାରେ ୧୪ ଜଣ ଜୀବନ୍ତ ଦଗ୍ଧ...

ବିବାହ ପାଇଁ ପ୍ରସ୍ତୁତ ହେଉଥିବା ପରିବାର ଏବେ ଅପେକ୍ଷା କରିଛନ୍ତି ଝିଅର ମୃତ ଦେହକୁ

ଶିମଲା,୨୨।୧୨: ପଞ୍ଜାବର ସୋହାନା, ମୋହାଲିରେ ଭୁଷୁଡି ପଡିଥିବା ବିଲଡିଂକୁ ନେଇ ହିମାଚଳ ପ୍ରଦେଶର ଏକ ପରିବାରରେ ଶୋକର ଛାୟା ଖେଳିଯାଇଛି। ନିଜ ଝିଅର ବିବାହ ପାଇଁ...

ପ୍ରେମିକାଙ୍କୁ ହୋଟେଲ ଉପରୁ ଠେଲିଦେଲେ ପ୍ରେମିକ, ବାନ୍ଧିଲା ପୋଲିସ

ବାରାଣସୀ, ୨୨।୧୨: ଉତ୍ତରପ୍ରଦେଶର ବାରାଣସୀ ଜିଲା ଚେତଗଞ୍ଜ ଥାନା ରାମକୋଟରାସ୍ଥିତ ଏକ ହୋଟେଲର ତୃତୀୟ ମହଲାରୁ ଶୁକ୍ରବାର ଫୁର୍କନ ନାମକ ଜଣେ ଯୁବକ(୨୩) ନିଜ ପ୍ରେମିକା...

କେମିତି ଅଛନ୍ତି ପ୍ରତାପ ଷଡଙ୍ଗୀ, ମୁକେଶ ରାଜପୁତ? ଅପଡେଟ ଦେଲା ହସ୍ପିଟାଲ

ନୂଆଦିଲ୍ଲୀ,୨୨।୧୨: ସଂସଦ ବାହାରେ ଝଗଡା ପରେ ଉଭୟ ଭାଜପା ଏମପି ପ୍ରତାପ ଷଡଙ୍ଗୀ ଏବଂ ମୁକେଶ ରାଜପୁତଙ୍କୁ ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି...

ଆମେରିକାକୁ ବାଧ୍ୟ କଲା ଭାରତର ଶକ୍ତି, ଏହି ନିୟମକୁ କରିବାକୁ ପଡିଲା ପରିବର୍ତ୍ତନ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୧୨: ଏବେ ସାରା ବିଶ୍ୱରେ ଭାରତର ଶକ୍ତି ଏବଂ ଏହାର ସାମର୍ଥ୍ୟର ଶବ୍ଦ ଶୁଣିବାକୁ ମିଳୁଛି। ଆଜି ବିଶ୍ୱର ସମସ୍ତ ଦେଶ ଭାରତର ଶକ୍ତିକୁ ସ୍ବୀକୃତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri