ଦଲାଲଙ୍କ କବ୍‌ଜାରେ ଆଦିବାସୀଙ୍କ ମହୁଲ ଫୁଲ: ନା ଅଛି ବଜାର ବ୍ୟବସ୍ଥା, ନା ଧାର୍ଯ୍ୟ କରାଯାଉଛି ସହାୟକ ମୂଲ୍ୟ

ଭବାନୀପାଟଣା,୧୭ା୩(ଉତ୍ତମ କୁମାର ଦାଶ):  କଳାହାଣ୍ଡି ଜିଲାରେ ଆଦିବାସୀମାନେ ସଂଗ୍ରହ କରୁଥିବା ମହୁଲ ଫୁଲ ଏବେ ଦଲାଲଙ୍କ କବ୍‌ଜାରେ। ଏହାର ସର୍ବନିମ୍ନ ମୂଲ୍ୟ କେଜି ପିଛା ୨୫ ଟଙ୍କା ଥିବାବେଳେ ଅଧା ଦାମ୍‌ରେ ସେମାନେ ଦଲାଲଙ୍କ ହାତରେ ଟେକିଦେଉଛନ୍ତି। ଏହା ଦ୍ୱାରା ସେମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଜିଲା ପ୍ରଶାସନ କିମ୍ବା ସରକାର ଏ ନେଇ କୌଣସି ପଦକ୍ଷେପ ନ ନେବାରୁ ଏହି ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ଲୋକେ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।
ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ୭୨ଟି ଲଘୁବନଜାତ ଦ୍ରବ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରାଯାଇଛି। ଏହା ମଧ୍ୟରେ ମହୁଲଫୁଲ ମଧ୍ୟ ସାମିଲ ହୋଇଛି। ପଞ୍ଚାୟତ ପକ୍ଷରୁ ମହୁଲ ଫୁଲର ସର୍ବନିମ୍ନ ସହାୟକ ମୂଲ୍ୟ କେଜି ପିଛା ୨୫ ଟଙ୍କା ଧାର୍ଯ୍ୟ କରାଯାଇଛି। କିନ୍ତୁ କଳାହାଣ୍ଡି ଜିଲାରେ ବଜାର ଅଭାବରୁ ୧୦ରୁ ୧୫ ଟଙ୍କାରେ ବିକ୍ରି ହେଉଛି। ପର୍ଯ୍ୟାପ୍ତ ଗୋଦାମ ଓ ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁଁ ଲୋକେ ମହୁଲକୁ ମହଜୁଦ ରଖିବାରେ ସକ୍ଷମ ହୋଇ ପାରୁନାହାନ୍ତି। ସରକାରଙ୍କ ନିୟମ ଅନୁଯାୟୀ ମହିଳା ଏସ୍‌ଏଚ୍‌ଜିଙ୍କୁ ଏହାର କ୍ରୟ ଦାୟିତ୍ୱ ଦେବାକୁ ଥିଲେ ମଧ୍ୟ ଏହା କରାଯାଉ ନାହିଁ। ଦଲାଲଙ୍କ ଗୋଦାମରେ ଅବକାରୀ ବିଭାଗର ପକ୍ଷରୁ ଚଢ଼ାଉ କରା ନ ଯିବା ନେଇ କ୍ଷୋଭ ପ୍ରକାଶ ପାଇଛି। ଗରିବ ଲୋକଙ୍କ ପାଇଁ ମହୁଲ ସଂଗ୍ରହ ଜୀବିକା ପାଲଟିଥିବା ବେଳେ ଦଲାଲ ଯୋଗୁ ଉପଯୁକ୍ତ ମୂଲ୍ୟ ନ ପାଇ ସେମାନେ ଅଭାବ ଅନଟନରେ ଦିନ କାଟୁଛନ୍ତି ।
କଳାହାଣ୍ଡି ଜିଲାରେ ଦିନକୁ ଦିନ ମଦଭାଟି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସରକାର ମଦରୁ କୋଟି କୋଟି ଟଙ୍କା ରାଜସ୍ବ ଆଦାୟ କରୁଛନ୍ତି। ମଦରେ ରାଜସ୍ବ ଆଦାୟ କରିବାରେ କଳାହାଣ୍ଡି ଜିଲା ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଜିଲାର ଜୁନାଗଡ଼, ଗୋଲାମୁଣ୍ଡା, ଥୁଆମୂଳ ରାମପୁର, ମଦନପୁର ରାମପୁର, କୋକସରା, ଜୟପାଟଣା, ଲାଞ୍ଜିଗଡ଼, କଲମପୁର, ନର୍ଲା ବ୍ଲକ ସମେତ ପାହାଡ଼ି ଇଲାକରେ ଥିବା ଗାଁଗୁଡିକରେ ଶହ ଶହ ଆଦିବାସୀ ମହୁଲ ସଂଗ୍ରହ କରିଥାନ୍ତ। ବର୍ଷକରେ ୩ ମାସ ଜୀବିକା ନିର୍ବାହ କରୁଥିବା ବେଳେ ଅଭାବି ବିକ୍ରି ତାଙ୍କ ପେଟପାଟଣା ପାଇଁ ପ୍ରତିବନ୍ଧକ ସାଜିଛି। ଗ୍ରାମାଞ୍ଚଳରେ ମଦଭାଟି ମାଲିକମାନେ କିଛି ଲୋକଙ୍କୁ ରଖି ଆଗୁଆ କମ ଦରରେ ମହୁଲ କିଣି ଗଚ୍ଛିତ ରଖୁଛନ୍ତି। ପରବର୍ତ୍ତୀ ଅବସ୍ଥାରେ ସରକାରୀ ଦପ୍ତରରେ ଲୋକ ଦେଖାଣିଆ ଭାବେ କାଗଜକଲମରେ ଦେଖାଉଛନ୍ତି ।
ବର୍ଷତମାମ ମହୁଲକୁ ସଂଗ୍ରହ କରି ରଖୁଥିବା ବେଳେ ଭାଟିରୁ ତିଆରି ମଦରେ ମହୁଲିର ଅସଲି ଗନ୍ଧ ରହୁନାହିଁ। ମହୁଲ କ୍ରୟ ଓ ବିକ୍ରୟ ଉପରେ ଜିଲାର ସମସ୍ତ ପଞ୍ଚାୟତର ଜନ ପ୍ରତିନିଧି ଓ କିଛି ସରକାରୀ କର୍ମଚାରୀଙ୍କୁ ନେଇ କମିଟି ହେବା କଥା। ସେହି କମିଟିରେ ମୂଲ୍ୟ ଧାର୍ଯ୍ୟ ନିଷ୍ପତ୍ତି ହେବା ପରେ ନିର୍ଦ୍ଦେଶନାମା ଜାରି କରିବା ସହିତ କ୍ରେତାମାନଙ୍କୁ ଲାଇସେନ୍ସ ପ୍ରଦାନ କରିବା କଥା। କିନ୍ତୁ ଏସବୁରେ ବ୍ୟତିକ୍ରମ ଦେଖାଦେଇଛି। ତୁରନ୍ତ ରାଜ୍ୟ ସରକାର ଏେ ନଇ ପଦକ୍ଷେପ ନେଲେ ଆଦିବାସୀମାନେ ଉପକୃତ ହୋଇପାରିବେ ବୋଲି ମହୁଲ ଗୋଟାଳି ପ୍ରତାପ ବିଶ୍ୱାଳ, ସାମାଜିକ କର୍ମୀ ସାଉଲ ମଙ୍ଗରାଜ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନାଗ୍ନି ରୋକିବାକୁ ବନ ବିଭାଗର ଅଭିନବ ପ୍ରୟାସ : ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଉପାନ୍ତ ଅଞ୍ଚଳରେ ଜନ ସଚେତନତା

ବାଲିଗୁଡା, ୧୮।୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ଡ଼ିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ରେଞ୍ଜର ହରିହର ବେହେରାଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଫରେଷ୍ଟର...

ଖରାଦିନ ପାଇଁ ପୌର ପରିଷଦ ପକ୍ଷରୁ ଜଳଛତ୍ର

ହିଞ୍ଜିଳିକାଟୁ,୧୮।୩(ଦ୍ବିତୀକୃଷ୍ଣ ପଣ୍ଡା): ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଓ ଜନସାଧାରଣଙ୍କ ସୁବିଧା ନିମନ୍ତେ ହିଞ୍ଜିଳିକାଟୁ ପୌରାଞ୍ଚଳ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ବସ ଟର୍ମିନାଲ ସମେତ ସ୍ଥାନୀୟ ପୈରାଞ୍ଚଳର...

ହିଞ୍ଜିଳିକାଟୁ ସରକାରୀ ଏନ ଏ ସି ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ଉତ୍ସବ ଅନୁଷ୍ଠିତ

ହିଞ୍ଜିଳିକାଟୁ, ୧୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ସରକାରୀ ଏନ ଏ ସି ଉଚ୍ଚ ବିଦ୍ୟାଳୟ ପରିସରରେ ଆମ ସଂସ୍କୃତି ଆମ ଖେଳଣା, ରାମାନୁଜନ ଗଣିତ କ୍ଲବ,...

ବାଙ୍କେଶ୍ବରୀଙ୍କ ଦର୍ଶନ କରି ଫେରିବାବେଳେ ଅଘଟଣ: ଘାଟିରେ ଓଲଟିଲା ପିକଅପ୍‌ ଭ୍ୟାନ, ୨୫ରୁ ଅଧିକ ଆହତ

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ନିକଟ ବାଙ୍କେଶ୍ୱରୀ ଘାଟିରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଏକ ପିକଅପ୍‌...

ମୋ ଜଙ୍ଗଲ ଜମି ଯୋଜନା ରେ ୧୪ ପରିବାରକୁ ମିଳିଲା…..

କର୍ଲାମୁଣ୍ଡା:୧୮।୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁର ୧୪ ଆଦିବାସୀ ପରିବାରଙ୍କୁ ରାଜସ୍ବ ବିଭାଗ ପକ୍ଷରୁ ମୋ ଜଙ୍ଗଲ ଜମି ଯୋଜନାରେ...

ଆଉଟସୋର୍ସିଂ କର୍ମଚାରୀଙ୍କ ୩ ଦଫା ଦାବି: ପୂରଣ ନ ହେଲେ ୨୪ରୁ ଭୁବନେଶ୍ୱରରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ

ଛତ୍ରପୁର, ୧୮।୩ (ସନ୍ତୋଷ ପାଢ଼ୀ ): ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲା ପକ୍ଷରୁ ୩ ଦଫା ଦାବି ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ...

ହଂସରାଜ ବାର ବିଦେଶୀ ମଦ ଦୋକାନରୁ   ବଡ଼ ଧରଣ ଚୋରି, କଳାକନା ବୁଲାଇଲେ…

ଗଞ୍ଜାମଳ,୧୮।୩(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଜୟଶ୍ରୀ ଛକ ଷୋହଳ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ହଂସରାଜ ବାର ବିଦେଶୀ ମଦ ଦୋକାନରୁ ବଡ଼ ଧରଣର...

ଦିନରେ ଶୁଟିଂ ରାତିରେ ଖେଳ: ଭଲିବଲ ଖେଳିଲେ ନିର୍ଦ୍ଦେଶକ ରାଜମୌଲି

କୋରାପୁଟ,୧୮।୩(ଅମିତାଭ ବେହେରା ): କୋରାପୁଟ ଜିଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ତଳମାଳି ପର୍ବତରେ ତେଲୁଗୁ ସୁପରଷ୍ଟାର ମାହେଶ ବାବୁଙ୍କ ଫିଲ୍ମ ଶୁଟିଂ ଚାଲୁରହିଛି। ପାନ ଇଣ୍ଡିଆ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image