ଜଙ୍ଗଲର ସୁରକ୍ଷା ପାଇଁ ଅସ୍ତ୍ର ଧରିଲେ ଆଦିବାସୀ

ମାଲକାନଗିରି,୧୪ା୮(ଡି.ଏନ୍‌.ଏ.): ଜଙ୍ଗଲ ଆମର ମା’। ବର୍ଷବର୍ଷ ଧରି ଆମେ ବନାଞ୍ଚଳରେ ବସବାସ କରୁଛୁ। ଏହା ଆମର ଜୀବନ ଜୀବିକାର ଉତ୍ସ। ଜଙ୍ଗଲ ଫଳମୂଳ ଓ ପୋଡୁଚାଷ ଆମକୁ ବଞ୍ଚାଇ ରଖିଛି। ଏହାର ସୁରକ୍ଷା ଆମ ଦାୟିତ୍ୱ। କୌଣସି ପରିସ୍ଥିତିରେ ମଧ୍ୟ ଜଙ୍ଗଲ ନଷ୍ଟ ହେବାକୁ ଆମେ ଦେବୁନାହିଁ ବୋଲି ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶପଥ ନେଇଛନ୍ତି ଆଦିବାସୀ। ମାଲକାନଗିରି ଜିଲା ସଦର ବ୍ଲକ ଅନ୍ତର୍ଗତ ମାଟାପାକା ପଞ୍ଚାୟତ କତାମାଟେରୁ ଗ୍ରାମର ନବଗଠିତ ବନ ସଂରକ୍ଷଣ ସମିତି ସଦସ୍ୟମାନେ ଶନିବାର ଏପରି ଶପଥ ନେଇଛନ୍ତି।

Share