ଭୁବନେଶ୍ୱର,୨୬।୨: ବରିଷ୍ଠ ରାଜନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ବିୟୋଗରେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି। ଶନିବାର ପୂର୍ବାହ୍ନରେ ସ୍ବର୍ଗତ ବିଶ୍ବାଳଙ୍କ ମରଶରୀର ବିଧାନସଭା ପରିସରରେ ପହଞ୍ଚତ୍ଥିଲା। ପରେ ବାଚସ୍ପତି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ୧୯୩୯ ମସିହା ଡିସେମ୍ବର ୧ ତାରିଖରେ ଝାରସୁଗୁଡ଼ା ଜିଲା ଠାକୁରପଡ଼ାରେ ଜନ୍ମିତ ସ୍ବର୍ଗତ ବିଶ୍ବାଳ ଉପ-ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ସାଂସଦ ଭାବେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି । ବିଶେଷକରି ଜନଜାତି ଓ ଅବହେଳିତ ବର୍ଗର ଜନସାଧାରଣଙ୍କ ଉନ୍ନତି ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ । ୧୯୯୦ ଏବଂ ୧୯୯୫ରେ ତାଙ୍କ ସହିତ କାମ କରିବା ପାଇଁ ମୋତେ ସୁଯୋଗ ମିଳିଥିଲା । ସେ ଜଣେ ପରୋପକାରୀ ଓ ସହୃଦୟ ବ୍ୟକ୍ତି ଥିଲେ ବୋଲି ବାଚସ୍ପତି ପ୍ରକାଶ କରିଛନ୍ତି।