Categories: ଜାତୀୟ

ହେମାନନ୍ଦଙ୍କୁ ଲୋକ ସଭାରେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୫।୩: ପୂର୍ବତନ ଏମ୍‌ପି ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ପରଲୋକରେ ସୋମବାର ଲୋକ ସଭାରେ ଶୋକବ୍ୟକ୍ତ କରାଯାଇଛି। ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀରୁ ପଞ୍ଚଦଶ ଲୋକ ସଭାର ସଦସ୍ୟ ଥିବା ହେମାନନ୍ଦଙ୍କ ଗତ ଫେବୃୟାରୀ ୨୫ରେ ୮୨ ବର୍ଷ ବୟସରେ ପରଲୋକ ହୋଇଥିଲା। ସେ ଝାରସୁଗୁଡ଼ା ଜିଲାରୁ ୬ ଥର ବିଧାୟକ ଥିଲେ। ସେ ୧୯୮୯ ଡିସେମ୍ବର ୭ରୁ ୧୯୯୦ ମାର୍ଚ୍ଚ ୫ ଏବଂ ୧୯୯୯ ଡିସେମ୍ବର ୬ରୁ ୨୦୦୦ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ।

Share