Categories: ଫୁରସତ

ଗୁଗଲ ଡୁଡଲରେ କିଟିଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଗୁଗଲ ଶୁକ୍ରବାର ତା’ ଡୁଡଲ ମାଧ୍ୟମରେ ଆମେରିକାର ଷ୍ଟଣ୍ଟ ଓମ୍ୟାନ୍‌ କିଟି ଓନେଇଲଙ୍କ ୭୭ତମ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି। ସେ ଆମେରିକାର ଟେକ୍ସାସ୍‌ ସହରରେ ୧୯୪୬ ମାର୍ଚ୍ଚ ୨୪ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ୫ ମାସ ହୋଇଥିବାବେଳେ ସେ ଶ୍ରବଣଶକ୍ତି ହରାଇଥିଲେ। ହେଲେ ମଧ୍ୟ ସେ ଭିନ୍ନ ଉପାୟରେ ଲୋକଙ୍କ ସହ ଯୋଡ଼ିହେବାକୁ ସର୍ବଦା ପ୍ରୟାସ କରୁଥିଲେ। ଛୋଟବେଳୁ ତାଙ୍କର ବିଭିନ୍ନ ପ୍ରକାର ରେସ୍‌ରେ ରୁଚି ରହିଥିଲା। ୧୯୬୪ ଅଲିମ୍ପିକ ପାଇଁ ୧୯୬୨ ମସିହାରୁ ସେ ଟ୍ରେନିଂ ନେବା ଆରମ୍ଭ କରିଥିଲେ। ସେ ରେସିଂ କାର୍‌ ଚଳାଇବା ସହ ଉଚ୍ଚ ସ୍ଥାନରୁ ଡେଇଁବା ତାଙ୍କୁ ବେଶ୍‌ ପସନ୍ଦ ଥିଲା। ରାସ୍ତାରେ କୌଣସି ବାଇକ୍‌ କିମ୍ବା କାର୍‌କୁ କାଟି ବହୁତ ସ୍ପିଡ୍‌ରେ ଆଗକୁ ଯିବା ତାଙ୍କ ବାମ ହାତର କାମ ଥିଲା। ୧୯୬୫ ମସିହା ପରେ ତାଙ୍କର ରେସିଂରୁ ଆଗ୍ରହ କମିଯାଇଥିଲା। ସେ ସ୍କୁବା ଡାଇଭିଂ, ସ୍କାଏ ଡାଇଭିଂ, ୱାଟର ….. ଏବଂ ହ୍ୟାଣ୍ଡ ଗ୍ଲିଡିଂ ଆଦିରେ ମନ ବଳାଇଥିଲେ। ଯୁବାବସ୍ଥାରେ କ୍ୟାନ୍ସର ପାଇଁ ତାଙ୍କୁ ୨ଟି ଚିକିତ୍ସା କରାଇବାକୁ ପଡିଥିଲା। ସେ ତାଙ୍କ ଜୀବନକାଳ ମଧ୍ୟରେ ରାସ୍ତା ଏବଂ ପାଣିରେ ୨୨ଟି ରେକର୍ଡ କରିଛନ୍ତି। ୨୦୧୮ ନଭେମ୍ବର ୨ରେ ୭୨ ବର୍ଷ ବୟସରେ ୟୁରେକାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ହଲିଉଡ୍‌ର ପ୍ରଥମ ଷ୍ଟଣ୍ଟମ୍ୟାନ୍‌ ଏବଂ ଦୁନିଆର ସବୁଠାରୁ ଦ୍ରୁତତମ ମହିଳା ଭାବେ ପରିଚିତ।

Share