ଭୁବନେଶ୍ୱର,୨୫।୯: ମହିଳା ଦକ୍ଷତା ସମିତି (ନୂଆଦିଲ୍ଲୀ)ର କାର୍ଯ୍ୟକାରିଣୀ ସଭ୍ୟା ତଥା ସାହିତି୍ୟକା ମନୋରମା ମହାପାତ୍ରଙ୍କ ବିୟୋଗରେ ଶନିବାର ମହିଳା ଦକ୍ଷତା ସମିତି ଭୁବନେଶ୍ୱର ଶାଖା ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନୋରମାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।
ଅନୁଷ୍ଠିତ ସଭାରେ ସମିତିର ସଭାପତି ଉଷାରାଣୀ ମହାନ୍ତି ସ୍ବର୍ଗତ ମନୋରମାଙ୍କ ଜୀବନ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମିତିର ସମ୍ପାଦିକା ବାସନ୍ତୀ ତ୍ରିପାଠୀ, ସସ୍ମିତା ଦାଶ, ନମିତା ଦାଶ, ନିରୁପମା ପାହଡ ସିଂ, ପିଙ୍କି ବାରିକ, କୁମୁଦିନୀ ସାମନ୍ତରାୟ, ମୈଥିଳୀ ଆର ମହାନ୍ତି, ଅନୁସାୟା ସାମନ୍ତରାୟ ପ୍ରମୁଖ ସାହିତି୍ୟକା ମନୋରମାଙ୍କ ସ୍ମୃତି ଚାରଣ କରିଥିଲେ। ଶେଷରେ ସରୋଜିନୀ ଆଚାର୍ଯ୍ୟ ଧନ୍ୟବାଦ ଜ୍ଞାପନ କରିଥିଲେ।