ମିସାଇଲ ମ୍ୟାନଙ୍କୁ ଛତ୍ରପୁରଠାରେ ଶ୍ରଦ୍ଧାଞ୍ଜଳି

ଛତ୍ରପୁର,୧୫।୧୦(ଦିଲ୍ଲୀପ ସାମଲ): ରାଧେଶ୍ୟାମ ଫାଉଣ୍ଡେଶନ ଅଣ୍ଡ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସଭାପତି ତଥା ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ରଙ୍କ ପୌରହିତ୍ୟରେ ମିଶାଇଲ ମ୍ୟାନ, ଭାରତ ରତ୍ନ ପ୍ରାପ୍ତ ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଡ଼ ଏପି ଜେ ଅବଦୁଲ କଲାମଙ୍କ ୯୩ ତମ ଜନ୍ମ ବାର୍ଷିକୀ ମହାସମାରୋହରେ ପାଳନ କରାଯାଇଅଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଏନ୍‌ଏସି ଉପାଧ୍ୟକ୍ଷ ଜି ପାପା ରାଓ ଯୋଗ ଦେଇ ସ୍ଥାନୀୟ ପୁରୁଣା ଥାନା ସମ୍ମୁଖରେ ଥିବା କାଲାମଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବା ସହ ତାଙ୍କ ଜୀବନ ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କାଉନସିଲର ପ୍ରିତିଛନ୍ଦା ସାମଲ, ସନ୍ତୋଷୀ ସେଠି, ମାମା ସେଠି, ବି. ନିଶ୍ଚଳା, ଡି . ଇନ୍ଦୁ, କେ. ରମେଶ ଓ ମମତା ପାତ୍ର, ଟ୍ରଷ୍ଟର ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଉପଦେଷ୍ଟା ଡ଼ ପ୍ରଶାନ୍ତ କୁମାର ଶତପଥୀ, ବି. ଗୋପାଳ ସାମୀ ଓ ସୁବ୍ରତ ପଢିଆରୀ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଅବଦୁଲ କଲାମଙ୍କ ସ୍ମୃତି ଚାରଣ କରିଥିଲେ l

Share