କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି

ବାଲେଶ୍ୱର ଅଫିସ, ୨୯।୭-କରୋନାରେ ପ୍ରାଣ ହରାଇଥିବା ଗଜପତି ଜିଲାର ଅତିରିକ୍ତ ଜିଲାପାଳ କରୁଣାକର ରାଇକାଙ୍କୁ ସୋମବାର ବାଲେଶ୍ୱର ଜିଲା ସଦ୍‌ଭାବନା ଗୃହରେ ଜିଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ବାଲେଶ୍ୱର ଜିଲାର ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ ପୌରୋହିତ୍ୟ କରି ସ୍ବର୍ଗତ ରାଇକା ୧୯୯୧ ବ୍ୟାଚର ଓଡ଼ିଶା ପ୍ରଶାସନିକ ସେବାରେ ଯୋଗଦେଇ ଜଣେ ଦକ୍ଷ ଅଧିକାରୀ ଭାବେ ନିଜକୁ ପ୍ରମାଣିତ କରିଥିବା ବେଳେ ଗତ ୨୧ତାରିଖରେ କରୋନା ଯୋଦ୍ଧା ଭାବରେ ପ୍ରାଣ ହରାଇବା ସମଗ୍ର ରାଜ୍ୟ ପାଇଁ ଦୁଃଖର ବିଷୟ ବୋଲି ପ୍ରାରମ୍ଭିକ ସୂଚନା ଦେଇଥିଲେ। ପରେ ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇ ତାଙ୍କ ତୈଳଚିତ୍ରରେ ପୁଷ୍ପ ଅର୍ପଣ କରି ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ। ନିଜର କର୍ତ୍ତବ୍ୟ ପାଳନ ସହ କରୋନାଠାରୁ ଦୂରେଇ ରହିବା ପାଇଁ ଉପସ୍ଥିତ ପ୍ରଶାସନିକ ଅଧିକାରୀମାନଙ୍କୁ ଗୁରୁତ୍ୱ ଦେବା ପାଇଁ କହିଥିଲେ। ଅତିରିକ୍ତ ଜିଲା ପ୍ରକଳ୍ପ ଅଧିକାରୀ ନିଲୁ ମହାପାତ୍ରଙ୍କ ପୂର୍ବତନ ସହକର୍ମୀ ଭାବରେ ସ୍ବର୍ଗତ ରାଇକା କାର୍ଯ୍ୟ କରିଥିବାରୁ ତାଙ୍କର କର୍ମଜୀବନ ସମ୍ପର୍କରେ କହିଥିଲେ। ଜିଲା ପ୍ରକଳ୍ପ ଅଧିକାରୀ ରାମଚନ୍ଦ୍ର ଜେନା, ସଦର ତହସିଲଦାର ପଞ୍ଚାନନ ପାତ୍ର, ବିଡିଓ ନରେନ୍ଦ୍ର ଖମାରୀ, ଡେପୁଟି କଲେକ୍ଟର ଅନାଦି ସେଠୀ, ଅରୁଣା ତ୍ରିପାଠୀ, ଶରତ ମଲିକ, ଆସିଷ୍ଟାଣ୍ଟ କଲେକ୍ଟର ମନୋଜ ସେନାପତି, ରିଜୁୱାନା କୱାକ, ଜିଲା ମଙ୍ଗଳ ଅଧିକାରୀ ରାଜୀବ କୁମାର ସାହୁ , ଜିଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଓ ଜିଲା ସୂଚନା ଲୋକସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share