Categories: ଜାତୀୟ

ପୁଣ୍ୟତିଥିରେ ଅଟଳ ବିହାରୀଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ, ୧୬।୮: ଭାଜପାର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଓ କର୍ମକର୍ତ୍ତାମାନେ ନୂଆଦିଲ୍ଲୀସ୍ଥିତ ଅଟଳ ସ୍ମୁତିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଟୁଇଟ କରି ବାଜପେୟୀଙ୍କୁ ଉଦାର ଲୋକତାନ୍ତ୍ରିକ ମୂଲ୍ୟବୋଧର ବାହକ ବୋଲି କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରିଛନ୍ତି, ଭାରତ ସବୁବେଳେ ବାଜପେୟୀଙ୍କୁ ମନେପକାଇବ । ଦେଶ ଗଠନରେ ବାଜପେୟୀଙ୍କ ଅବଦାନକୁ କେବେ ମଧ୍ୟ ଭୁଲିହେବ ନାହିଁ। ବାଜପେୟୀଙ୍କ କର୍ତ୍ତବ୍ୟନିଷ୍ଠା ସବୁବେଳେ ଦେଶବାସୀଙ୍କ ପାଇଁ ପ୍ରେରଣା ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share