Categories: ଜାତୀୟ

୧୬ ହଜାର ଫୁଟ ଉଚ୍ଚରେ ଉଡ଼ିଲା ତ୍ରିରଙ୍ଗା

ନୂଆଦିଲ୍ଲୀ,୧୫।୮: ଦେଶର ୭୪ତମ ସ୍ବାଧୀନତା ଦିବସ ଅବସରରେ ଲଦାଖରେ ୧୬ ହଜାର ଫୁଟ ଉଚ୍ଚ ପାହାଡ଼ରେ ଭାରତୀୟ ଯବାନ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ସ୍ଥାନୀୟ ପୋଙ୍ଗୋଙ୍ଗ୍‌ ତୋସ୍‌ ନଦୀ କୂଳରେ ଆଇଟିବିପି ଯବାନମାନେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହାର ୧୪ ସେକେଣ୍ଡର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଆଇଟିବିପି ଯବାନମାନେ ହାତରେ ପତାକା ଧରି ମାର୍ଚ୍ଚ କରୁଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ଏହାକୁ ଶନିବାର ପୂର୍ବାହ୍ନ ୯ଟା ୪ରେ ଆଇଟିବିପି ଟୁଇଟର ହ୍ୟାଣ୍ଡେଲରୁ ଶେୟାର କରାଯାଇଛି। ଇତିମଧ୍ୟରେ ଏହି ଭିଡ଼ିଓକୁ ୬୬ ହଜାର ୬ଶହରୁ ଅଧିକ ୟୁଜର ଦେଖିସାରିଛନ୍ତି।

Share