Categories: ଜାତୀୟ

ତୃଣମୂଳ କଂଗ୍ରେସ ଦୁର୍ନୀତିରେ ରେକର୍ଡ କରିଛି: ମୋଦି

ନୂଆଦିଲ୍ଲୀ,୨୧।୩: ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ କରାଯିବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟରଙ୍କୁ ହାତେଇବା ପାଇଁ ଯୋଜନା କରାଯାଉଛି। ଏହି ମର୍ମରେ ଭାଜପା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଟୁଇଟ୍‌ କରି କହିଛନ୍ତି ଯେ, ରାଜ୍ୟରେ ଗତ ୭୦ ବର୍ଷ ଧରି କଂଗ୍ରେସ,ବାମଦଳ ଏବଂ ତୃଣମୂଳ କଂଗ୍ରେସ ନିଜ ନିଜ ଶାସନ କାଳରେ ଲୋକଙ୍କୁ କେବଳ ଠକି ଛନ୍ତି। ବିକାଶର ପ୍ରତିଶ୍ରୁତି ଦେଇ ରାଜ୍ୟର ଜନସାଧାରଣଙ୍କ ପାଖରେ ସୁବିଧା ସୁଯୋଗ ପହଞ୍ଚାଯାଇ ନାହିଁ। ପ୍ରତିଶ୍ରୁତିର ସ୍ବପ୍ନ ପ୍ରବଞ୍ଚନା ପାଲଟିଛି। ରାଜ୍ୟରେ କ୍ଷମତା ଦଖଲ କରିଥିବା ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଦୁର୍ନୀତିରେ ରେକର୍ଡ କରିଥିବା ମୋଦି କହିଛନ୍ତି। କଂଗ୍ରେସ ଏବଂ ବାମଦଳ ସରକାରରେ ହୋଇଥିବା ଦୁର୍ନୀତିକୁ ମମତା ସରକାରଙ୍କ ଦୁର୍ନୀତି ଟପି ଯାଇଛି ବୋଲି ସେ ଟୁଇଟ୍‌ କରିଛନ୍ତି।

Share