Categories: ଜାତୀୟ

ନିଲମ୍ବିତ ହେଲେ ଟିଏମ୍‌ସି ଏମ୍‌ପି

ନୂଆଦିଲ୍ଲୀ,୨୧।୧୨: ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ରାଜ୍ୟସଭା ସଦସ୍ୟ ଡେରେକ ଓ’ବ୍ରାଏନ ଶୀତକାଳିନ ଅଧିବେଶନରୁ ନିଲମ୍ବିତ ହୋଇଛନ୍ତି । ଫଳରେ ସଂସଦୀୟ ରାଜ୍ୟ କାର୍ଯ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ଓବ୍ରାଏନ ଅଧିବେଶନର ବାକିଥିବା କାର୍ଯ୍ୟ ଦିବସରେ ସଂସଦ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ଏପରିକି କୌଣସି ଆଲୋଚନାରେ ଭାଗ ନେଇ ପାରିବେ ନାହିଁ ।

ନିର୍ବାଚନ ସଂଶୋଧନ ବିଧେୟକକୁ ନେଇ ଗୃହରେ ଅଲୋଚନା ଚାଲିଥିବା ବେଳେ ବିରୋଧୀ ହୋ ହାଲ୍ଲା କରିଥିଲେ । ହେଲେ ଓ’ବ୍ରାଏନ ରାଜ୍ୟ ସଭା ଅଧ୍ୟକ୍ଷଙ୍କ ଟେବୁଲ ଉପରକୁ ଏକ ରୋଲ ବୁକ ଫୋପାଡିଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ତାଙ୍କୁ ଅଧିବେଶନରେ ବାକିଥିବା କାର୍ଯ୍ୟ ଦିବସଗୁଡିକରୁ ନିଲମ୍ବିତ କରାଯାଇଛି ।

ସୂଚନା ଯୋଗ୍ୟ, ସଂସଦରେ ଶୀତକାଳୀନ ଅଧିବେଶନରେ ଆଉ ୪ ଦିନ ବାକି ରହିଛି । ଏହାପୂର୍ବରୁ ୧୨ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା ।

Share