ଜମି ଚିହ୍ନଟ ନେଇ ତ୍ରିପାକ୍ଷିକ ବୈଠକ

ଅନୁଗୋଳ ଅଫିସ,୨୦।୪- ନାଲ୍‌କୋ କମ୍ପାନୀର ଉତ୍କଳ ‘ଡି’ ଓ ‘ଇ’ କୋଇଲା ଖଣି ନିମନ୍ତେ କେରେଜାଙ୍ଗ ଗ୍ରାମରେ ରେଲୱେ ସାଇଡିଙ୍ଗର ଜମି ଚିହ୍ନଟ ପ୍ରକ୍ରିୟା ପାଇଁ ନିକଟସ୍ଥ ଗ୍ରାମ ଯଥା ସାନକେରେଜାଙ୍ଗ ଓ ଗୋଳାବନ୍ଧ ଗ୍ରାମବାସୀଙ୍କ ସହିତ ଏକ ବୈଠକ ମଙ୍ଗଳବାର ଅତିରିକ୍ତ ଉପଜିଲାପାଳ ବଇତୁରା ଦୀପ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମବାସୀଙ୍କ ଦାବି ଅନୁଯାୟୀ ଅତିରିକ୍ତ କ୍ଷତିପୂରଣ ଅର୍ଥ ରାଶି ବର୍ଦ୍ଧିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ନାଲ୍‌କୋ ପୂର୍ବରୁ ଟେଣ୍ଡର ପାଇଥିବା କମ୍ପାନୀ କର୍ତ୍ତୃପକ୍ଷ ବର୍ଦ୍ଧିତ କରିବାକୁ ଥିବା ଅର୍ଥ ରାଶି ଉପରେ କ୍ଷତିପୂରଣ ଦିଆଯିବା ପାଇଁ ଖୁବ୍‌ଶୀଘ୍ର ଏକ ବୈଠକ ହେବ। ଏହା ମଧ୍ୟରେ ଜମି ଚିହ୍ନଟ ପ୍ରକ୍ରିୟାରେ ସହଯୋଗ କରିବା ନିମନ୍ତେ ଅତିରିକ୍ତ ଉପଜିଲାପାଳ ନିବେଦନ କରିଥିଲେ। ଗ୍ରାମବାସୀମାନେ ଏଥିରେ ସହମତି ପ୍ରଦାନ କରିଥିଲେ। ଆସନ୍ତା ୨୦ ତାରିଖରେ ଛେଣ୍ଡିପଦା ତହସିଲ ଅନ୍ତର୍ଗତ ସାନକେରେଜାଙ୍ଗ ଓ ମକୁନ୍ଦପୁର, ୨୧ ତାରିଖରେ ଗୋଳାବନ୍ଧ, ୨୨ ତାରିଖରେ ମକୁନ୍ଦପୁରରେ ଜମି ଚିହ୍ନଟ କରାଯିବ। ୨୩ ତାରିଖରେ ନାଲ୍‌କୋ କର୍ତ୍ତୃପକ୍ଷ ହାଲ ସାବିକ ମେଳ ନିମନ୍ତେ ଆବେଦନ କରିବେ। ୨୭ ତାରିଖ ସୁଦ୍ଧା ପିଏଲ୍‌ଆଇଆର୍‌ଆର୍‌ସି ବୈଠକ ନିମନ୍ତେ କରାଯିବ। ଏହି ବୈଠକରେ ଭ-ଅର୍ଜନ ଅଧିକାରୀ(ସାଧାରଣ) ଇଷାନି ପଣ୍ଡା, ବଅଁରପାଳ ତହସିଲଦାର ଜିତେନ୍ଦ୍ର ସାହୁଙ୍କ ସମେତ ଗ୍ରାମବାସୀ ଓ କମ୍ପାନୀ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।
ଫଟୋ- ବୈଠକରେ ଉପସ୍ଥିତ ଅଧିକାରୀ ଓ ଗ୍ରାମବାସୀ।