Categories: ଜାତୀୟ

ଗୁରୁଗ୍ରାମ ସିଏନଜି ପମ୍ପରେ ୩ ଜଣଙ୍କୁ ହତ୍ୟା

ଗୁରୁଗ୍ରାମ,୨୮ ।୨: ରାଜଧାନୀ ଦିଲ୍ଲୀକୁ ଲାଗି ରହିଥିବା ଗୁରୁଗ୍ରାମର ଏକ ସିଏନଜି ପମ୍ପରେ ୩ ଜଣ ଯୁବକଙ୍କୁ ହତ୍ୟା କରାଯାଇଛି । ରବିବାର ରାତି ପ୍ରାୟ ୩ଟାରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି । ଜାତୀୟ ରାଜପଥକୁ ଲାଗି ରହିଥିବା ସେକ୍ଟର ୩୧ର ସିଏନଜି ପମ୍ପରେ ଅଜଣା ବ୍ୟକ୍ତିଙ୍କ ଦ୍ୱାରା ୩ ଜଣ ଯୁବକଙ୍କୁ ହତ୍ୟା କରାଯାଇଛି । ଏହାପରେ ହତ୍ୟାକାରୀ ଫେରାର ହୋଇଯାଇଛନ୍ତି । ମୃତକମାନେ ହେଲେ ପୁଷ୍ପେନ୍ଦ୍ର, ଭୁପିନ୍ଦର ଓ ନରେଶ । ଏମାନେ ସମସ୍ତେ ଉତ୍ତର ପ୍ରଦେଶ ବାସିନ୍ଦା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତକଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ମୃତକଙ୍କ ଦେହରେ ଡଜନରୁ ଅଧିକ କ୍ଷତ ରହିଛି । ଏମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ପୋଲିସ କହିଛି । ସ୍ଥାନୀୟ ଲୋକେ ପ୍ରଥମେ ପମ୍ପ ନିକଟରେ ଜଣେ ଯୁବକଙ୍କ ମୃତଦେହକୁ ଦେଖି ପୋଲଇସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଖୋଜାଖୋଜି କରିବା ପରେ ଆଉ ୨ ଜଣଙ୍କ ମୃତଦେହ ମିଳିଥିଲା ।

Share