ଟ୍ରିପଲ ମର୍ଡର: ପୋଲିସର ଛାନଭିନ୍‌

ଭବାନୀପାଟଣା,୧।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ଶଙ୍କରପଲା ଗ୍ରାମରେ ଟ୍ରିପଲ ମର୍ଡର ଘଟିଛି। କେତେଜଣ ଦୁର୍ବୃତ୍ତ ୩ ଜଣଙ୍କୁ ହତ୍ୟା କରି ଫେରାରା ଥିବା ଜଣାପଡିଛି । ମୃତକ ହେଲେ ଶଙ୍କରପଲା ଗ୍ରାମର ରାଏମତି ମାଝୀ ଓ ତାଙ୍କ ଦୁଇବର୍ଷର ପୁଅ ଶିବଶକ୍ତି ଏବଂ ଗ୍ରାମର ମହେନ୍ଦ୍ର କୁମାର।

ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହା ଜଣାପଡି ନାହିଁ। ଅନ୍ୟପକ୍ଷେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।

Share