Categories: ଫୁରସତ

ଏକା ସାଙ୍ଗରେ ମା’ ହେବାକୁ ପଣ କରିଥିଲେ ୩ ଭଉଣୀ, କାରଣ ଜାଣିଲେ…

ଯାଆଁଳା ପିଲାଙ୍କ ପାଇଁ ଅନେକ କିଛି ରହିବା ସ୍ବାଭାବିତ। କିନ୍ତୁ କାଲିଫର୍ନିଆରେ ଏକାଠି ଜନ୍ମ ହୋଇଥିବା ୩ ଭଉଣୀଙ୍କ ଜୀବନରେ ଏମିତି ଏକ ମୁହୂର୍ତ୍ତ ଆସିଛି ଯାହା ଅତ୍ୟନ୍ତ ରୋମାଞ୍ଚର ବିଷୟ। ପିଲାଦିନରୁ ଏକାଠି ବଢ଼ିଥିବା ଏହି ଭଉଣୀମାନଙ୍କର ବିବାହ ପରେ ସେମାନେ ଏକାଠି ଗର୍ଭବତୀ ହୋଇଥିଲେ। କିଛି ମାସ ବ୍ୟବଧାନରେ ନିଜ ନିଜ ସନ୍ତାନମାନଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି।

କାଲିଫର୍ନିଆର ଏହି ତିନି ଭଉଣୀଙ୍କ ନାମ ହେଉଛି ଗିନା, ନୀନା ଏବଂ ଭିକ୍ଟୋରିଆ। ୩୫ ବର୍ଷୀୟା ଏହି ତିନି ଭଉଣୀ ଏକାସାଙ୍ଗରେ ଗର୍ଭବତୀ ହୋଇଥିଲେ। ଏକାସାଙ୍ଗରେ ମା’ ହେବେ। ତିନି ଭଉଣୀ ସୋସିଆଲ ମିଡିଆରେ ସେମାନଙ୍କର ଫଟୋ ଶେୟାର କରିଛନ୍ତି। ଏଥିରେ ସେମାନେ କ୍ୟାପଶନ ଲେଖିଛନ୍ତି, ଏକା ସାଙ୍ଗରେ ଗର୍ଭଧାରଣ। ଆଉ ଏହି ସ୍ବପ୍ନ ସତ ହେବାକୁ ଯାଉଛି। ୯ ଜୁଲାଇରେ ଭିକ୍ଟୋରିଆ ସନ୍ତାନ ଜନ୍ମ ଦେବେ। ସେହିପରି ଦ୍ୱୀତିୟ ନମ୍ବର ଭଉଣୀ ନୀନା ୨୮ ଅଗଷ୍ଟରେ ସନ୍ତାନ ଜନ୍ମ ଦେବେ। ସବୁଠୁ ବଡ ଭଉଣୀ ଗିନା ଯେଉଁ ସନ୍ତାନ ଜନ୍ମ ଦେବେ ଏହା ତାଙ୍କର ହେବ ତୃତୀୟ ସନ୍ତାନ। ଭିକ୍ଟୋରିଆର ଦ୍ୱିତୀୟ ଏବଂ ନୀନାଙ୍କର ଏହା ହେବ ପ୍ରଥମ ସନ୍ତାନ। ଏନେଇ ୩ ଭଉଣୀ ପୂର୍ବରୁ ଯୋଜନା କରିଥିଲେ।

Share