Categories: ଜାତୀୟ

ଜିତିଲେ ମୁଖ୍ୟମନ୍ତ୍ରୀ

ଅଗରତାଲା,୨୬।୬: ତ୍ରିପୁର ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ମାଣିକ ସାହା ବରଦୋଓ୍ବାଲି ଉପନିର୍ବାଚନରେ ବିଜୟ ହାସଲ କରିଛନ୍ତି। ସେ ନିକଟତମ କଂଗ୍ରେସ ପ୍ରାର୍ଥୀ ଆଶିଷ କୁମାର ସାହାଙ୍କୁ ପରାସ୍ତ କରିଛନ୍ତି। ମାଣିକଙ୍କୁ ୧୬,୮୭୦ ଖଣ୍ଡ ଭୋଟ ମିଳିଥିବାବେଳେ ଆଶିଷଙ୍କୁ ୧୦,୯୩୦ ଖଣ୍ଡ ଭୋଟ ମିଳିଛି। ଫଳରେ ୬,୧୦୪ ଖଣ୍ଡରେ ଭୋଟରେ ମୁଖ୍ୟମନ୍ତ୍ରୀ ବିଜୟ ହାସଲ କରିଛନ୍ତି।
ମାଣିକ ଜଣେ ରାଜ୍ୟ ସଭା ଏମ୍‌ପି ଥିଲେ। ଗତ ମାସରେ ହଠାତ୍‌ ବିପ୍ଲବ ଦେବଙ୍କ ଇସ୍ତଫା ପରେ ମାଣିକଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଆସନ ବଜାୟ ରଖିବାକୁ ହେଲେ ମାଣିକଙ୍କୁ ଏହି ନିର୍ବାଚନ ଜିତିବା ନିହାତି ଆବଶ୍ୟକ ଥିଲା।
୨୦୧୬ରେ ମାଣିକ ସାହା କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିଲେ। ପରେ ତାଙ୍କୁ ଦଳର ରାଜ୍ୟ ସଭାପତି ଦାୟିତ୍ୱ ଦିଆଯାଇଥିଲା।

Share