Categories: ଜାତୀୟ

ବିହାରର ରୁବି ରାୟଙ୍କ ଭଳି ଭୁଲ କଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ଅଗରତାଲା,୧୮ ।୨: କିଛି ବର୍ଷ ପୂବରୁ ବିହାର ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ଦ୍ୱାଦଶରେ ଟପର ହୋଇଥିବା ରୁବି ରାୟଙ୍କ ଜ୍ଞାନ ସମସ୍ତଙ୍କୁ ଚମକାଇ ଦେଇଥିଲା । ସେ କହିଥିଲେ ପଲିଟିକାଲ ସାଇନ୍ସରେ ଖାଦ୍ୟ ପ୍ରସ୍ତୁତି ପଢାଯାଇଥାଏ । ଏବେ ସେହିଭଳି ଭାବେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କ ଜ୍ଞାନ ଚର୍ଚ୍ଚାର ପରିସରକୁ ଆସିଛି । ସେ କହିଛନ୍ତି ଆମେ ଯଦି ଇଂଲଣ୍ଡ ବା ଲଣ୍ଡନ କଥା ଚିନ୍ତା କରୁଛେ ତେବେ ଆମ ମୁଣ୍ଡକୁ କେମ୍ବ୍ରିଜ ଓ ହାଭାର୍ଡ ୟୁନିଭର୍ସିଟି ଆସୁଛି । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ତ୍ରିପୁରା ସେଣ୍ଟ୍ରାଲ ୟୁନିଭର୍ସିଟିର କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚିଥିଲେ ସେଠାରେ ସେ ଏକ ସଭାରେ ସମ୍ବୋଧନ ଦେବା ସମୟରେ ଏହା କହିଥିଲେ । ଅଧିକାଂଶ ସମୟରେ ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ବିପ୍ଳବ ଦେବ ଏଥର କେମ୍ବ୍ରିଜ ଓ ହାଭାର୍ଡ ୟୁନିଭର୍ସିଟି ଇଂଲଣ୍ଡ ଓ ଲଣ୍ଡରେ ଥିବା ଦର୍ଶାଇ ଫସି ଯାଇଛନ୍ତି । ସେ କହିଛନ୍ତି କୌଣସି ଏକ ସ୍ଥାନର ପରିଚୟ ହୋଇଥାଏ ସେଠାକାର ୟୁନିଭର୍ସିଟି । ହେଲେ ସେ ଯେଉଁ ସ୍ଥାନ ଓ ୟୁନିଭର୍ସିଟି କଥା କହିଛନ୍ତି ତାହା ଯେ ଭୁଲ୍ ଏହା ସେ ଭୁଲି ଯାଇଛନ୍ତି । ସୂଚନାଯୋଗ୍ୟ, ହାଭାର୍ଡ ଆମେରିକାରେ ଥିବା ସବୁଠାରୁ ପୁରୁଣା ଶିକ୍ଷାନୁଷ୍ଠାନ ଯାହା ୧୯୩୬ରେ ସ୍ଥାପନ କରାଯାଇଥିଲା ଓ ଏହା ବିଶ୍ୱ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ।

Share