ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା କରୋନା ପଜିଟିଭ

ଅଗରତାଲା,୨୧ ।୭: ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ବୁଧବାର ଏହି ସୂଚନା ମିଳିଥିବା ବେଳେ ଏବେ ସେ ନିଜ ଘରେ ଆଇସୋଲେଶନରେ ରହିଛନ୍ତି । ତେବେ ସଂକ୍ରମିତ ହୋଇଥିବା ଶାହାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ସାବଧାନ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।
ବୁଧବାର ମୁଖ୍ୟମନ୍ତ୍ରୀ ଏକ ଫେସବୁକ ପୋଷ୍ଟରେ କହିଛନ୍ତି, ଆଜି ମୁଁ କୋଭିଡ ୧୯ ପଜିଟିଭ ହୋଇଛି । ହେଲେ ମୋ ନିକଟରେ କୌଣସି ଲକ୍ଷଣ ନାହିଁ । ଏବେ ମୁଁ ସମ୍ପୂର୍ଣ୍ଣ ଫିଟ ରହିଛି । କିନ୍ତୁ ମୋ ସହ ମିଳାମିଶା କରୁଥିବା ବ୍ୟକ୍ତିମାନେ ସାମାନ୍ୟ ସତର୍କ ରୁହନ୍ତୁ ବୋଲି ସେ ବିନମ୍ର ଭାବେ ଅନୁରୋଧ କରିଛନ୍ତି ।

Share