ଅଗରତାଲା, ୨୨।୮: ତ୍ରିପୁରା ପ୍ରଦେଶ କଂଗ୍ରେସ ସଭାପତି ପିଜୁଶ କାନ୍ତି ବିଶ୍ୱାସ ଶନିବାର ନିଜ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଥିଲେ। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ରାଜନୀତିରୁ ଅବସର ନେଉଥିବା ଘୋଷଣା କରିଥିଲେ। କିନ୍ତୁ ହାଇକମାଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ସେ ଇସ୍ତଫାରୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।