Categories: ଜାତୀୟ

ତ୍ରିପୁରା କଂଗ୍ରେସ ଅଧ୍ୟକ୍ଷଙ୍କ ଉପରେ ଆକ୍ରମଣ: ଟାର୍ଗେଟରେ ଭାଜପା

ଅଗରତାଲା,୧୭ ।୧: ତ୍ରିପୁରାର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପିୟୁସ କାନ୍ତି ବିଶ୍ୱାସଙ୍କ ଉପରେ ରବିବାର ସିପାହିଜାଲା ଜିଲାରେ ଆକ୍ରମଣ ହୋଇଛି । ଏଥିରେ ତାଙ୍କର କାର୍ ଭାଙ୍ଗିରୁଜି ଯିବା ସହ ବିଶ୍ୱାସଙ୍କ ମୁଣ୍ଡରେ ଆଘାତ ଲାଗିଛି । ଏହାସହ ତାଙ୍କ ଶରୀରର ଅନ୍ୟ ଅଂଶରେ ବି କ୍ଷତ ସୃଷ୍ଟି ହୋଇଛି । ଆକ୍ରମଣ ବିସଲଘର ଅଞ୍ଚଳରେ କରାଯାଇଛି । ତୁରନ୍ତ ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ ପଛରେ ଭାରତୀୟ ଜନତା ପାର୍ଟି(ଭାଜପା) କର୍ମୀଙ୍କ ହାତ ଥିବା କଂଗ୍ରେସ ଅଭିଯୋଗ କରିଛି । ଏହାକୁ ବିରୋଧ କରି କଂଗ୍ରେସ ସୋମବାର ୧୨ ଘଣ୍ଟିଆ ରାଜ୍ୟବ୍ୟାପି ବନ୍ଦ ଡାକରା ଦେଇଛି ।

Share