Categories: ଜାତୀୟ

ତ୍ରିପୁରା ବିଧାନସଭାରେ ହଙ୍ଗାମା, କାର୍ଯ୍ୟରେ ବାଧା ଉପୁଜାଇବାରୁ ୫ ବିଧାୟକ ନିଲମ୍ବିତ

ଅଗରତାଲା,୭।୭: ତ୍ରିପୁରା ବିଧାନସଭାରେ ୫ ବିଧାୟକଙ୍କୁ କାର୍ଯ୍ୟରେ ବାଧା ଉପୁଜାଇବାରୁ ନିଲମ୍ବିତ କରାଯାଇଛି। ସ୍ପିକର ବିଶ୍ୱାବଂଧ ସେନ ସିପିଆଇ(ଏମ) ବିଧାୟକ ନୟନ ସରକାର, କଂଗ୍ରେସର ସୁଦିପ ରାୟ ବର୍ମନ ଓ ତିନ ଟିପରା ମୋଥା ବିଧାୟକଙ୍କୁ ବିଧାନସଭା କାର୍ଯ୍ୟରେ ବାଧା ଉପୁଜାଇବା ଓ ଅଶାନ୍ତି ସୃଷ୍ଟି କରୁଥିବାରୁ ଗୋଟିଏ ଦିନ ପାଇଁ ନିଲମ୍ବିତ କରିଛନ୍ତି।

ତ୍ରିପୁରା ମୋର୍ଥାର ୩ ନିଲମ୍ବିତ ବିଧାୟକଙ୍କ ମଧ୍ୟରେ ବୃସ୍ବକେତୁ ଦେବବର୍ମା, ନନ୍ଦିତା ରିୟାଂଗ ଓ ସଂଜିତ ଦେବବର୍ମା ସାମିଲ ଅଛନ୍ତି। ବିରୋଧୀ ସ୍ପିକରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ବାହରକୁ ଚାଲି ଯାଇଥିଲେ।

Share