Categories: ଜାତୀୟ

ତ୍ରିପୁରାରେ ମମତାଙ୍କ ଟିଏମସିଙ୍କୁ ଝଟକା, ଇସ୍ତଫା ଦେଲେ ପ୍ରଦେଶ ଅଧ୍ୟକ୍ଷ

ଅଗରତାଲା,୨୫।୭: ତ୍ରିପୁରାର ତୃଳମୂଳ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ପିଜୁଷ କାନ୍ତି ବିଶ୍ୱାସ ମଙ୍ଗଳବାର ତାଙ୍କ ପଦ ଓ ଦଳ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଦଳ ସମ୍ପୂର୍ଣ୍ଣ ରୂପେ ସମସ୍ତ ଶକ୍ତି ଲଗାଇଦେଇଥିଲା, କିନ୍ତୁ ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା।

ପିଜୁଷ କାନ୍ତ ବିଶ୍ୱ ତାଙ୍କ ଇସ୍ତଫା ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏବଂ ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ନିକଟରେ ଦାଖଲ କରିଛନ୍ତି। ସେ ଏଥିରେ ଲେଖିଛନ୍ତି େ,ଯ ମୁଁ ଟିଏମସିର ତ୍ରିପୁରା ରାଜ୍ୟ ସଭାପତି ପଦରୁ ମୋର ଇସ୍ତଫା ପତ୍ର ପ୍ରଦାନ କରିଛି। ଏହା ସହିତ ମୁଁ ତୃଳମୂଳ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଉଛି। ମୁଁ ଆପଣଙ୍କ ଏବଂ ଅଭିଷେକ ବାନାର୍ଜୀଙ୍କ ନିକଟରେ ମୁଁ କୃତଜ୍ଞ। ଯିଏ ମୋତେ ଏହି ଦାୟିତ୍ୱ ଦେଇଥିଲେ।

Share