Categories: ଜାତୀୟ

୧୦୨ ସୋସିଆଲ ମିଡିଆ ୟୁଜର୍ସଙ୍କ ଉପରେ ୟୁଏପିଏରେ ମାମଲା ଦାୟର, ରହିଛନ୍ତି ସୁପ୍ରିମକୋର୍ଟର ୪ ଓକିଲ

ଅଗରତାଲା,୭ ।୧୧: ଅପରାଧ ଷଡଯନ୍ତ୍ର, ଠକେଇ ଭଳି ମାମଲାରେ ଜଡିତ ଥିବା ପ୍ରାୟ ୧୦୨ ସୋସିଆଲ ମିଡିଆ ଆକାଣ୍ଟଧାରୀଙ୍କ ବିରୋଧରେ ୟୁଏପିଏ ଅଧିନରେ ମାମଲା ଦାୟର କରାଯାଇଛି । ଏଥିରେ ସୁପ୍ରିମକୋର୍ଟର ୪ ଜଣ ଓକିଲ ଥିବା ସୂଚନା ମିଳିଛି । ଏମାନଙ୍କ ଉପରେ ମୁସଲମାନଙ୍କ ବିରୋଧରେ ସାଂପ୍ରଦାୟିକ ଭେଦଭାବକୁ ବୃଦ୍ଧି କରିବାର ସୁଯୋଗ ଦେଇଥିବା ଅଭିଯୋଗ ରହିଛି । ଏହାସହ ଟୁଇଟର, ଫେସବୁକ ଓ ୟୁଟ୍ୟୁବକୁ ଏମାନଙ୍କ ଆକାଉଣ୍ଟ ସିଜ୍ କରିବା ଓ ଏହାସହ ଜଡିତ ସମସ୍ତ ତଥ୍ୟ ଦେବାକୁ ନୋଟିସ ଜାରି କରାଯାଇଛି ।
ତ୍ରିପୁରା ପୋଲିସ ଶୁକ୍ରବାର ମାମଲା ଦାୟର କରିବା ସହ ଶନିବାର ପଶ୍ଚିମ ଅଗରତାଲା ପୋଲିସର ପ୍ରଭାରୀ ଟୁଇଟରର ସାନ୍ ଫ୍ରାନସିସକୋ ସ୍ଥିତ ମୁଖ୍ୟାଳୟକୁ ନୋଟିସ ପଠାଇଛି । ଏଥିରେ ଦର୍ଶାଯାଇଛି କି ଅଭିଯୁକ୍ତ ନିକଟରେ ତ୍ରିପୁରାରେ ମସଜିଦ ଉପରେ ହୋଇଥିବା ଆକ୍ରମଣକୁ ନେଇ ସୋସିଆଲ ମିଡିଆରେ କିଛି ଆପତ୍ତିଜନକ ପୋଷ୍ଟ କରିଥିଲେ । ଯାହାଦ୍ୱାରା ସାଂପ୍ରଦାୟିକ ସୌହାର୍ଦ୍ଦ ନଷ୍ଟ ହେବାର ଭୟ ରହିଛି । ଏଥିରେ କେତେଜଣ ଲୋକ ଅଥବା ସଙ୍ଗଠନ ସାମିଲ ଅଛନ୍ତି । ଏମାନେ ଅନ୍ୟ ଘଟଣାର ଉତ୍ତେଜିତ ଫଟୋ ଓ ଭିଡିଓକୁ ଏହି ଘଟଣା ସହ ଯୋଡି ପୋଷ୍ଟ କରିଛନ୍ତି । ତେବେ ପଶ୍ଚିମ ଅଗରତାଲା ପୋଲିସ ସମସ୍ତ ୧୦୨ ଜଣଙ୍କୁ ହାଜର ହୋଇ ସେମାନଙ୍କ ପକ୍ଷ ରଖିବାକୁ ଡାକିଛି ।

Share