ରାତି ସାରା ଝୁଲି ରହିଲା ତ୍ରିରଙ୍ଗା

କୋକସରା,୧୬।୮(ଡି.ଏନ୍‌.ଏ.): ଜାତୀୟ ପତାକାକୁ ଅସମ୍ମାନ କରାଯାଇଛି। ରାତି ସାରା ଝୁଲି ରହିଛି ପତାକା। ଏଭଳି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନ ଲଡୁଗାଁ ପଞ୍ଚାୟତ ସୁପାଡ ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ। ରବିବାର ସ୍ବାଧୀନତା ଦିବସ ପାଳନ ପରେ ସନ୍ଧ୍ୟା ୬ଟା ପୂର୍ବରୁ ଜାତୀୟ ପତାକା ଅବତରଣ କରିବା କଥା। କିନ୍ତୁ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଓ ଦାୟୀତ୍ୱରେ ଥିବା କର୍ମଚାରୀ ଭୁଲିଯାଇଛନ୍ତି। ଫଳରେ ରାତିରେ ଖୁଣ୍ଟରେ ଝୁଲି ରହିଲା ଜାତୀୟ ପତାକା। ଗ୍ରାମବାସୀ ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ ପରିବା ପରେ ଭାଇରାଲ ହୋଇଛି। ଏହି ସମ୍ପର୍କରେ କୋକସରା ବିଆର୍‌ସି ତୋଫାନ ମାଝିଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଅଭିଯୋଗ ଆସିଛି। ମଙ୍ଗଳବାର ତଦନ୍ତ ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରତିକ୍ରିୟା ମିଳି ନ ଥିବା ବେଳେ ଲଡୁଗାଁ କ୍ଲଷ୍ଟର ସିଆର୍‌ସିସି ଗୋବର୍ଦ୍ଧନ ବେମାଲଙ୍କ ପ୍ରତିକ୍ରିୟା ନେବାରୁ ଘଟଣା ସତ । ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଜ୍ୱର ହେବାରୁ ସେ ପତାକା ଉତ୍ତୋଳନ ପରେ ସ୍କୁଲରୁ ପତାକା ଅବତରଣ କରିବାକୁ ୨ ଜଣ ଶିକ୍ଷକଙ୍କୁ କହି ଯାଇଥିଲେ। ହେଲେ ଶିକ୍ଷକମାନେ ଅବହେଳା କରି ପତାକା କାଢ଼ି ନ ଥିଲେ।

Share