୮୦ ପଇସାରେ ମିଳୁଛି ତ୍ରିରଙ୍ଗା

କଟକ ଅଫିସ, ୪।୮: ସ୍ବାଧୀନତା ଦିବସ ପାଳନ ପାଇଁ ସହରରେ ବିଭିନ୍ନ ଦୋକାନରେ ବିକ୍ରି ହେଉଛି ନାନାରକମର ସାମଗ୍ରୀ। ମୁଣ୍ଡରେ ମାରିବା ବ୍ୟାଣ୍ଡ ଠାରୁ ଆରମ୍ଭ କରି ତ୍ରିରଙ୍ଗା ଟି-ଶାର୍ଟ, ବ୍ୟାଜ୍‌, ଘର ସଜା ସାମଗ୍ରୀ, ତ୍ରିରଙ୍ଗା ମାଳ, ତ୍ରିରଙ୍ଗା ପଗଡି, ବିଭିନ୍ନ ଗିଫ୍ଟ ଆଇଟମ ଦେଖିବାକୁ ମିଳିଛି । ତେବେ କଟକ ଚୌଧୁରୀ ବଜାର ଅଞ୍ଚଳରେ ଦୀର୍ଘ ୬୫ ବର୍ଷ ଧରି ଚାଲିଆସିଥିବା ଖଦି ଭବନରେ କିନ୍ତୁ ଦେଖିବାକୁ ମିଳିଛି କିଛି ସ୍ବତନ୍ତ୍ରତା। ବର୍ତ୍ତମାନ ସମୟରେ ବିିଭିନ୍ନ ସାମଗ୍ରୀ ଦର ଆକାଶ ଛୁଆଁ ହୋଇଥିବାବେଳେ ଏଠାରେ ଜାତୀୟ ପତାକା ମାତ୍ର ୮୦ ପଇସା ମୂଲ୍ୟରେ ମିଳୁଛି। ଚଳିତ ବର୍ଷ ଦେଶବ୍ୟାପୀ ସ୍ବାଧୀନତାର ୭୫ ବର୍ଷ ପାଳନ କରାଯାଉଥିବାରୁ ଏଠାରେ ଜାତୀୟ ପତାକା ପାଇଁ ସ୍ବତନ୍ତ୍ର ମୂଲ୍ୟ ରଖାଯାଇଛି। ୧୯୫୭ରେ ଆରମ୍ଭ ହୋଇଥିବା ଏହି ଦୋକାନ ବର୍ତ୍ତମାନ ତୃତୀୟ ପିଢି ସମ୍ଭାଳୁଛନ୍ତି। ପ୍ରଥମେ ସ୍ବର୍ଗତ ରବୀନ୍ଦ୍ରନାଥ ମହାନ୍ତି ପରେ ଦିଲୀପ ମହାନ୍ତି ଓ ବର୍ତ୍ତମାନ ଅମିତ ମହାନ୍ତି ଏହାକୁ ଚଳାଇ ଆସିଛନ୍ତି । ପ୍ରତିବର୍ଷ ସ୍ବାଧୀନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସରେ ଏଠାରେ ଲୋକଙ୍କ ବେଶ୍‌ ଗହଳି ଦେଖିବାକୁ ମିଳେ। ବର୍ତ୍ତମାନର ଟ୍ରେଣ୍ଡିଂ ଅନୁଯାୟୀ ବିଭିନ୍ନ ପ୍ରକାର ସାମଗ୍ରୀ ଏଠାରେ ମିଳୁଛି। ଜାତୀୟ ପତାକାର କୌଣସି ଜାତି ଧର୍ମ ବର୍ଣ୍ଣ ନାହିଁ । ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଯେପରି ଧନୀଗରିବ ସମସ୍ତେ ଏହାକୁ ଉଡ଼ାଇ ପାରିବେ ସେପରି ସାମଗ୍ରୀ ରଖି ବିକ୍ରି କରୁଛୁ । ୮୦ ପଇସାରୁ ଆରମ୍ଭ କରି ୨୮ଶହ ଟଙ୍କା ପର୍ଯ୍ୟନ୍ତ ତ୍ରିରଙ୍ଗା ରହିଛି। ଏଥିସହ ଲୋକଙ୍କ ଚାହିଦା ଅନୁଯାୟୀ ମଧ୍ୟ ବିଭିନ୍ନ ସାମଗ୍ରୀ ରହିଛି ବୋଲି ଏହାର ମାଲିକ ଦିଲୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗକୁ ଖଣ୍ଡନ କଲେ ୱାର୍ଡମେମ୍ବର

ଭବାନୀପାଟଣା,୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅଧୀନ ଅର୍ତ୍ତଲ ପଞ୍ଚାୟତର ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା ବୋଲି...

ଅଗ୍ନିବୀର ନିଯୁକ୍ତି ପାଇଁ ବଡ଼ ପ୍ରସ୍ତୁତି: ଡିସେମ୍ବର ୬ରୁ…

ରାଉରକେଲା,୫।୧୦(ବିପ୍ଳବ ରଞ୍ଜନ ଦାଶ): ଭାରତୀୟ ସେନା ପାଇଁ ହେବାକୁ ଥିବା ଅଗ୍ନିବୀର ନିଯୁକ୍ତି ମେଳା ଆୟୋଜନ ନେଇ ଏକ ଜିଲା ପ୍ରଶାସନ ସ୍ତରୀୟ ପ୍ରସ୍ତୁତି ବୈଠକ...

ମହିଳା ସଂଘ ଟଙ୍କା ଆତ୍ମସାତ ମାମଲା: ବ୍ୟାଙ୍କ ପିଅନଙ୍କୁ ଦୁଇ ବର୍ଷ ଜେଲ

ପୁରୁଷୋତ୍ତମପୁର,୫।୧୦(ସିମାଞ୍ଚଳ ମିଶ୍ର): ମହିଳା ସଂଘର ଜମାଟଙ୍କା ଆତ୍ମସାତ ମାମଲାର ଶନିବାର ରାୟ ପ୍ରକାଶ ପାଇଛି। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ...

ପୁଣି ବିଜେଡିକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ, କହିଲେ ଏଥର ଫାଇଭ ଟି…

ଭୁବନେଶ୍ୱର,୫।୧୦: ଫାଇଭ ଟି ରୂପାନ୍ତରିତ ସ୍କୁଲ ଯୋଜନାକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶିକ୍ଷକ ନିଯୁକ୍ତିପତ୍ର ବଣ୍ଟନ ସମାରୋହରେ ମୁଖ୍ୟମନ୍ତ୍ରୀ ଫାଇଭ...

ପାର୍ବଣରେ ଗଡ଼ିବନି ବସ୍‌

ଭୁବନେଶ୍ୱର,୫।୧୦: ପୂଜାରେ ଗଡ଼ିବନି ବସ୍‌। ଆଗାମୀ ୭ ତାରିଖ ସନ୍ଧ୍ୟା ଠାରୁ ୮ ତାରିଖ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ...

ଗଞ୍ଜାମର ୧.୫୭ ଲକ୍ଷ ପରିବାରଙ୍କୁ ପିଏମ୍‌ କିଶାନ କିସ୍ତି 

ଛତ୍ରପୁର,୫।୧୦(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ଜିଲାସ୍ତରୀୟ ପ୍ରଧାନ ମନ୍ତ୍ରୀ କିଶାନ ସମ୍ମାନନିଧି ଯୋଜନାର ୧୮ ତମ କିସ୍ତିର ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲା...

ବସ୍ତିରେ ଝାଡ଼ୁ ମାରିଲେ ଧର୍ମେନ୍ଦ୍ର: ବାଣ୍ଟିଲେ ସୁଖଦୁଃଖ

ଭୁବନେଶ୍ୱର,୫।୧୦: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବଛ ଭାରତ ଅଭିଯାନରେ ସଭିଏଁ ସାମିଲ ହେବାକୁ ଶନିବାର ଆହ୍ବାନ ଦେଇଛନ୍ତି। ଏହି ଅବସରରେ ସେ ବସ୍ତିରେ ଝାଡ଼ୁ ମାରିଛନ୍ତି।...

‘ସୁଭଦ୍ରା’ ଟଙ୍କାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌, ୭ ସୁଦ୍ଧା ଆବେଦନ କରିଥିଲେ…

ଭୁବନେଶ୍ୱର,୫।୧୦: ଆଉ ମାତ୍ର ୩ ଦିନ ପରେ ପୁଣି ଖାତାକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା । ଦଶହରା ପୂର୍ବରୁ ମହିଳାମାନଙ୍କୁ ଭେଟି ଦେବାକୁ ଯାଉଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri