Categories: ଫୁରସତ

ତ୍ରିରଙ୍ଗାର ତିନି ରଙ୍ଗରେ ରହିଛି …

ତ୍ରିରଙ୍ଗାର ତିନି ରଙ୍ଗ …
ତ୍ରିରଙ୍ଗାର ତିନୋଟି ରଙ୍ଗ ଆମକୁ ଅନେକ ସକରାତ୍ମକ ସଙ୍କେତ ଦେଇଥାଏ। ଯେମିତିକି: ଏହାର ପ୍ରଥମ ରଙ୍ଗ ନାରଙ୍ଗୀ; ଯାହାକୁ ସାମାଜିକତାର ପ୍ରତୀକ ବୋଲି କୁହାଯାଏ। ମାନସିକ ସ୍ତରରେ ବ୍ୟକ୍ତିଙ୍କୁ ଦୃଢ କରିବାରେ ଏହି ରଙ୍ଗ ସହାୟକ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ଦ୍ୱିତୀୟ ରଙ୍ଗ ହେଉଛି ଧଳା; ଯାହାକି ଶାନ୍ତି ଓ ଶୁଦ୍ଧତାର ପ୍ରତୀକ। ବ୍ୟକ୍ତିଙ୍କର ଖୋଲା ବିଚାର ଓ ସ୍ବତନ୍ତ୍ରତା ଉପରେ ଏହି ରଙ୍ଗ ସକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ଜ୍ଞାନୀଗୁଣି ବ୍ୟକ୍ତିମାନେ ମତ ଦେଇଥାନ୍ତି। ଶେଷରେ ହେଉଛି ସବୁଜ ରଙ୍ଗ; ଯାହାକି ମନରୁ ଅବସାଦ ଦୂର କରି ଭାଇଚାରା ବଢାଇବାରେ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥାଏ ବୋଲି ବିଶ୍ୱାସ କରାଯାଏ। ତେଣୁ ତ୍ରିରଙ୍ଗାକୁ ଯଥେଷ୍ଟ ସମ୍ମାନ ଦେବା ଯେତିକି ଜରୁରୀ ଏହାର ତିନୋଟି ରଙ୍ଗର ଭାବାର୍ଥକୁ ବୁଝିବା ମଧ୍ୟ ସେତିକି ଜରୁରୀ।

Share